Sunday, November 15, 2026
Home ଆଞ୍ଚଳିକ ହାଟମୁନିଗୁଡା ଓ ଡାଲିଆକୁଜି ପଚାୟତ ଠାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ହାଟମୁନିଗୁଡା ଓ ଡାଲିଆକୁଜି ପଚାୟତ ଠାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

76

ହାଟମୁନିଗୁଡା–୨୩-୧୧-(ଜିଲ୍ଲା ଖବର)ରାୟଗଡା ଜିଲ୍ଲା ହାଟମୁନିଗୁଡା ସ୍ଥାନୀୟ ନୂତନ ନିୟନ୍ତ୍ରଣ ବଜାର କମିଟି ହଲ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା ଙ୍କ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ବ୍କକ୍ ଚେୟାରମ୍ୟାନ ଶ୍ରୀ ବିଜୟ କାନ୍ତି କୁମୁରିକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସରକାରଙ୍କ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ମୂଳ ଉଦେଶ୍ୟ ଓ ଏହାର ଉପକରିତ ଉପରେ ସମସ୍ତଙ୍କୁ ବୁଝାଇବା ସହ ହାଟମୁନିଗୁଡା ଓ ଡାଲିଆକୁଜି ଗ୍ରାମ ପଞ୍ଚାୟତର ୨୧୫ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ରାଜ୍ୟ ଖଦି ବୋର୍ଡ ମେମ୍ବର ଶ୍ରୀ ପୃଥିବୀ ରାଜ ସାହୁ, ବରିଷ୍ଠ ବିଜେଡି ନେତା ଜୋତି ପ୍ରସାଦ ସାହୁ, ବିଷମକଟକ ବ୍କକ୍ ବିଜେଡି ସଭାପତି ଦେବୀ ପଟ୍ଟନାୟକ, ନାନୁ ପଣ୍ଡା, ସିବା ଜେସିଟି, ଏ ଇ ପ୍ରଶାନ୍ତ ପାଣିଗ୍ରାହୀ, ଜେଇ ଦିପକ୍ କୁମାର ନାୟକ, ଜି ରବି , ହାଟମୁନିଗୁଡା ସରପଞ୍ଚ ସୁଜାତା କାଡ୍ରାକା, ହାଟମୁନିଗୁଡା ସମିତି ସଭ୍ୟ ରମେଶ ପାକି, ଡାଲିଆକୁଜି ସମିତି ସଭ୍ୟ ଅଶନ୍ତ ବାଗ୍, ଜି ଆର ଏସ୍ ସନ୍ତୋଷ କୁମାର ବୈଦ୍ୟ ଭୂଷଣ,ପୁରୁଷୋତ୍ତମ ବିଭାର, ହାଟମୁନିଗୁଡା ପି ଇ ଓ ସନ୍ତୋଷ ଚୈଧିରି ସମେତ ଅନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ହାଟମୁନିଗୁଡା ପଚାୟତ ର ସମସ୍ତ ସରକାରୀ କର୍ମଚାରୀ ମାନେ ପରିଚାଳନା କରିଥିଲେ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ