Tuesday, November 17, 2026
Home ଆଞ୍ଚଳିକ ହିଂଜିଳି ପୋଲିସ ଦ୍ଵାରା ସାଇକେଲ ଚୋରି ଠାବ

ହିଂଜିଳି ପୋଲିସ ଦ୍ଵାରା ସାଇକେଲ ଚୋରି ଠାବ

18

ହିଞ୍ଜିଳକାଟୁ,୨୩/୧୧/୨୧(ଜିଲ୍ଲା ଖବର):ହିଂଜିଳି ପୁଲିସ ଦ୍ବାରା ଚଢାଉ କରାଯାଇ ୧୨ଟି ଚୋରି ସାଇକେଲ ଜବତ କରାଯାଇଛି | ଏହା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହିଂଜିଳି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମିଟୁ ଦଳେଇ ,ଘର ଗଂଜାମ ଜିଲ୍ଲା ବୁରୁପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।ସୂଚନାରୁ ପ୍ରକାଶ ଯେ,ହିଂଜିଳିକାଟୁ ଓ ଏହାର ଆଖପାଖ ଅଂଚଳ ଭିତରେ ଗତ କିଛି ଦିନ ହେଲା ବହୁ ଲୋକଙ୍କର ସାଇକେଲ ଚୋରି ହେଉଥିଲା। ସାଇକେଲ ଚୋରି ସଂପର୍କରେ ହିଂଜିଳି ଥାନାରେ ଅଭିଯୋଗ ହେଉଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦ୍ଦେଶକ୍ରମେ si ରାଘବ ପ୍ରଧାନ, କନେଷ୍ଟେବଲ ବସନ୍ତ ଉପାଧ୍ୟୟ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ,କୃଷ୍ଣ ଦଳେଇ, ଜିତେନ୍ଦ୍ର ଗଉଡ଼ ପ୍ରମୁଖ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସାଇକେଲ ଚୋରି ରାକେଟ ଉପରେ ନଜର ରଖି ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି।
ରିପୋର୍ଟ ; ତାପସ କୁମାର ପଣ୍ଡା