Thursday, November 12, 2026
Home ଆଞ୍ଚଳିକ ତିନୋଟି ପଚାୟତ ଠାରେ ଆଜି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ତିନୋଟି ପଚାୟତ ଠାରେ ଆଜି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

78

ବିଷମକଟକ –୨୩-୧୧-(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ର ତିନୋଟି ପଚାୟତ ଠାରେ ଆଜି ହେଲଥ କାର୍ଡ ବଣ୍ଟନ କରାଯାଇଛି। ବିଷମକଟକ ବ୍କକ୍ ର ଚାଞ୍ଚରାଗୁଡା ପଚାୟତ, ହାଟମୁନିଗୁଡା ସ୍ଥାନୀୟ ନୂତନ ନିୟନ୍ତ୍ରଣ ବଜାର କମିଟି ହଲ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା ଙ୍କ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ବ୍କକ୍ ଚେୟାରମ୍ୟାନ ଶ୍ରୀ ବିଜୟ କାନ୍ତି କୁମୁରିକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସରକାରଙ୍କ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ମୂଳ ଉଦେଶ୍ୟ ଓ ଏହାର ଉପକରିତ ଉପରେ ସମସ୍ତଙ୍କୁ ବୁଝାଇବା ସହ ଚାଞ୍ଚରା ଗୁଡା ପଚାୟତ ର ୫୦ ,ହାଟମୁନିଗୁଡା ଓ ଡାଲିଆକୁଜି ଗ୍ରାମ ପଞ୍ଚାୟତର ୨୧୫ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ରାଜ୍ୟ ଖଦି ବୋର୍ଡ ମେମ୍ବର ଶ୍ରୀ ପୃଥିବୀ ରାଜ ସାହୁ, ବରିଷ୍ଠ ବିଜେଡି ନେତା ଜୋତି ପ୍ରସାଦ ସାହୁ, ବିଷମକଟକ ବ୍କକ୍ ବିଜେଡି ସଭାପତି ଦେବୀ ପଟ୍ଟନାୟକ, ନାନୁ ପଣ୍ଡା, ସିବା ଜେସିଟି, ଏ ଇ ପ୍ରଶାନ୍ତ ପାଣିଗ୍ରାହୀ, ଜେଇ ଦିପକ୍ କୁମାର ନାୟକ, , ଚାଞ୍ଚରାଗୁଡା ସରପଞ୍ଚ ଚଞ୍ଚଳା ଓଡକା, ସମେତ ଚାଞ୍ଚ ରାଗୁଡା ପଚାୟତ ର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ଟିକୁ ଚାଞ୍ଚରାଗୁଡା ପଚାୟତ ର ସମସ୍ତ ସରକାରୀ କର୍ମଚାରୀ ମାନେ ପରିଚାଳନା କରିଥିଲେ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ