Sunday, November 15, 2026
Home ଆଞ୍ଚଳିକ ରାୟଗଡା ଜିଲ୍ଲାର ଗୁଣୁପୁର ପୌରପରିଷଦ ରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ବିଜୁ ସ୍ଵାସ୍ତ୍ୟ...

ରାୟଗଡା ଜିଲ୍ଲାର ଗୁଣୁପୁର ପୌରପରିଷଦ ରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ବିଜୁ ସ୍ଵାସ୍ତ୍ୟ ଉପଦେଷ୍ଟା ସୁଧୀର ଦାସ ପ୍ରସନ କୁମାର ପଣ୍ଡା

17

ବିଷମକଟକ,୨୩/୧୧/୨୧(ଜିଲ୍ଲା ଖବର):ଗତକାଲି ରାୟଗଡା ଜିଲ୍ଲାରେ ବଡ଼ ଧରଣର ମିଶ୍ରଣ ପର୍ବ ହେବା ପରେ ଆଜି ବିଜୁ ସ୍ୱାସ୍ଥ୍ୟ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ଗୁଣୁପୁର ବିଜୁ କଲ୍ୟାଣ ମଣ୍ଡପ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ଗୁଣୁପୁର ପୌରାଞ୍ଚଳ ର ପ୍ରାୟ 200 ଜଣଙ୍କୁ ନବୀନ ପଟନାୟକ ଙ୍କ ଆଦେଶ କ୍ରମେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟାଯାଇଛି ଏହି ଅବସର ରେ ଆୟୋଜିତ ସଭା ରେ ଗୁଣୁପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଦାସ ଉପସ୍ଥିତ ଥିବା ବେଳେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ଅନୁପସ୍ଥିତି କୁ ନେଇ ସାଧାରଣ ରେ ବିଭିନ୍ନ ମହଲ ରେ ଆଲୋଚନା ଚାଲିଛି କାହିଁକି ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ବେଳେ ବିଧାୟକ ଅନୁପସ୍ଥିତ ରହିଲେ ? କାହିଁକି ରହିଲେ ? ତାକୁ ନେଇ ଆଲୋଚନା ଚାଲିଛି ? ଏ ବାବଦ ରେ ଆମ ପ୍ରତିନିଧି ପ୍ରମୋଦ କୁମାର ସାହି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ଗୁଣୁପୁର ବିଧାନସଭା ର ବହୁ ବିଜେଡି କର୍ମୀ ତଥା କଂଗ୍ରେସ ରୁ ଯୋଗ ଦେଇଥିବା ବାବା ପ୍ରସାଦ ରାଓ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ