
ବିଷମକଟକ-୨୩-୧୧-(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ରେ ଥିବା ସିଡିପିଓ କାର୍ଯ୍ୟାଳୟ ବର୍ତ୍ତମାନ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ପ୍ରକାଶ ଥାଉକି ଯେ , କିଛି ଦିନ ତଳେ ବିଷମକଟକ ବ୍କକ୍ ରେ ଥିବା ସମସ୍ତ ଅଙ୍ଗନାବାଡ଼ି କେନ୍ଦ୍ର ରେ ପୋଷାକ ବଣ୍ଟନ ରେ ମହା ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଷମକଟକ ସିଡିପିଓ ସୁଶିଳା କୁମାରୀ ଶବର ଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ। ବାରମ୍ବାର
ପୋଷାକ ବଣ୍ଟନ ରେ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁକି ତଦନ୍ତ କରୁନାହାନ୍ତି ବୋଲି ଜନସାଧାରଣ ରେ ଏବେ ଉଗ୍ର ରୁପ ନେବାରେ ଲାଗିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ରେ ଦାବି ହୋଇଛି। ବିଷମକଟକ ବ୍କକ୍ ରେ ୧୭୧ ଟି ଅଙ୍ଗନାବାଡି କେନ୍ଦ୍ର ରହିଛି। ଏଥିରେ ମୋଟ ୬୮୪୦ ପିଲା ପାଠ ପଢୁଥିବା ଜଣାପଡିଛି। ସରକାର ଙ୍କ ତରଫରୁ ପିଲାଙ୍କ ପାଇଁ ଅନେକ ଯୋଜନା ର କାର୍ଯ୍ୟ କାରୀ ହେଉଥିଲେ ମଧ୍ୟ ଏହା ବିଷମକଟକ ବ୍କକ୍ ରେ ଥିବା ସମସ୍ତ ଅଙ୍ଗନାବାଡି କେନ୍ଦ୍ର ରେ ଏହା କାର୍ଯ୍ୟ କାରି ହୋଇ ପାରୁ ନାହିଁ ବୋଲି ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଏବେ ପୋଷାକ ବଣ୍ଟନ ପ୍ର କ୍ରିୟା ରେ ଲକ୍ଷ ଲକ୍ଷ ଟଙ୍କା ହଢ଼ପ ହୋଇଥିବା ନଜରକୁ ଆସିଛି। ଏହି ସମ୍ପର୍କରେ ବିଷମକଟକ ସିଡିପିଓ ସୁଶିଳା କୁମାରୀ ଶବର ଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସେ ଆମର କୈଣସି ତଥ୍ୟ ଦେବା ପାଇଁ ମୁହଁ ଖୋଲି ଲେ ନାହିଁ। ସହ ୧୭୧ ଟି ଅଙ୍ଗନାବାଡି କେନ୍ଦ୍ର କୁ ତିନି ବର୍ଷ ରୁ ଛ ଅ ବର୍ଷ ର ଶିଶୁ ଙ୍କୁ ପୋଷାକ ପିଛା ୨୫୦ ଟଙ୍କା ଆସିଛି।ପ୍ରତେକ ଅଙ୍ଗନାବାଡି କେନ୍ଦ୍ରର ପିଲା ସିଂ ଖ୍ୟା ହିସାବରେ ସମ୍ପୃକ୍ତ ଅଙ୍ଗନାବାଡି ଦିଦିଙ୍କ ଜମା ଖାତା କୁ ପଠାଯାଇ ଥିବା ନିୟମ ରହିଛି। ହେଲେ ବିଷମକଟକ ସିଡିପିଓ ଶ୍ରୀ ଶବର ବିଷମକଟକ ବ୍କକ୍ ଚାଚରାଗୁଡା ଗୁଡା ଗ୍ରାମର ଜଣେ ମହିଳା ଙ୍କୁ ଦାଇତ୍ଵ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ। ଏଥି ସହ ପ୍ରତି ପୋଷାକ ପିଛା ୨୦ଟଙ୍କା ରୁ ୨୫ ଟଙ୍କା ସିଡିପିଓ କାର୍ଯ୍ୟାଳୟ ନାମରେ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ସମସ୍ତ ଖବରକାଗଜ ରେ ବାରମ୍ବାର ଖବର ପ୍ରସାରଣ ହେବା ପରେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏପଟେ ତାଙ୍କ ବିରୋଧରେ ଯେଉଁ ଅଙ୍ଗନାବାଡି ଦିଦି ଅଭିଯୋଗ କରନ୍ତି ତାହେଲେ ଚାକିରୀ ରୁ ବାହାର କରିଦେବି ବୋଲି ମଧ୍ୟ କହୁଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ଆମେ ରାୟଗଡା ଜିଲ୍ଲା ଜନ ମଙ୍ଗଳ ଅଧିକାରୀ ଶ୍ରୀ ଜେ ବେହେରା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଯେଉଁ ଅଙ୍ଗନାବାଡି ସେଣ୍ଟର ରେ ଯେଉଁ ଦିଦି ମାନେ ଅଙ୍ଗନବାଡି ଦାଇତ୍ଵ ରେ ରହୁ ଛନ୍ତି ସେମାନଙ୍କ ଆକାଉଣ୍ଟ ରେ ଟଙ୍କା ଆସିବ ଏବଂ ସେହି ଦିଦି ମାନେ ପିଲାଙ୍କ ପାଇଁ ପୋଷାକ କିଣିବାର ନିୟମ ରହିଛି ହେଲେ ସିଡିପିଓ ଙ୍କ ତୃଟି ଏହି ପୋଷାକ ବଣ୍ଟନ ରେ ପୁରା ରହିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ତେଣୁ ମୁଁ ଏହାର ତଦନ୍ତ କରି ସିଡିପିଓ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଜେ ବେହେରା। ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଛସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ତାହେଲେ ରାୟଗଡା ଜିଲ୍ଲା ପାଳ ଙ୍କ ନିକଟରେ ଅନଶନ କରିବେ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ


