
ଆସିକା ,୨୨/୧୧(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ତତ୍ତ୍ବାବଧାନରେ ତଥା ଏନ୍.ଏସ୍.ଏସ୍ ୟୁନିଟ୍ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି – ୧,୨,୩ ୟୁନିଟର ସଂଯୋଜନାରେ ଏବଂ କଲେଜ୍ ଏନ୍.ସି.ସି ତଥା ୟୁଥ୍ ରେଡକ୍ରସ୍ ଶାଖାର ମିଳିତ ସହଯୋଗରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ସୂଚାରୁରୂପେ ସଂପାଦନ ହୋଇଯାଇଛି। ଏଥିରେ ବାଲିସିରା ସିଏଚସିର କର୍ମଚାରୀ ଲାବ୍ ଟେକ୍ନିସିୟାନ୍ ଟୁକୁନା ଗୌଡ, ମଳୟରଂଜନ ସ୍ବାଇଁ, ସ୍ବାସ୍ଥ୍ୟକର୍ମୀ ସୁଶ୍ରୀ ରୂପାଲି ନାହାକ, ଡିଇଓ ଅଭିଜିତ୍ ଲେଙ୍କା ତଥା ଆଶା ଦିଦି ନୀନା କୁମାରୀ ମହାରଣା, ରଂଜିତା କୁମାରୀ ଛାଟୋଇ ଏବଂ ରୀତା ନାୟକ ଟିକାକରଣରେ ସମସ୍ତଙ୍କୁ ସହାୟତା କରିଥିଲେ।

ଏଥିରେ କଲେଜର ଉପରୋକ୍ତ ସମସ୍ତ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଅକୁଣ୍ଠ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମଟି ସୂଚାରୁରୂପେ ସଂପୂର୍ଣ୍ଣ ହୋଇପାରିଥିଲା। ଏଥିରେ ଉଭୟ ପ୍ରଥମ ତଥା ଦ୍ବିତୀୟ ଡୋଜ୍ ଟିକାକରଣର ସୁବିଧା ସମସ୍ତଙ୍କୁ ଯୋଗାଇ ଦିଆଯାଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, କଲେଜ କର୍ମଚାରୀ ତଥା କଲେଜ ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ମିଶାଇ ଏକଶତ ଜଣଙ୍କୁ ଟିକାକରଣ କରାଯାଇ ପାରିଥିଲା। ପ୍ରକାଶଥାଉ କି ଏହି ମହତ୍ କାର୍ଯ୍ୟକ୍ରମରେ ଉଭୟ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକାକରଣର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା, ଏନ୍ଏସ୍ଏସର ଅଧିକାରୀ ଅଧ୍ୟାପିକା ଡ. ସସ୍ମିତା ପାତ୍ର, ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ଏନସିସି ଅଧିକାରୀ ମେଜର ଶଂକର ପ୍ରସାଦ ଅଧିକାରୀ, ୟୁଥ୍ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ, ଯୁକ୍ତ ଦୁଇ ପୂର୍ବତନ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ସରୋଜ କୁମାର ପଣ୍ଡା, କର୍ମଚାରୀ ସନ୍ତୋଷ କୁମାର ଲେଙ୍କା, ବସନ୍ତ ନାଇକ୍, ଗଗନ ନାଇକଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।



