
ଗଞ୍ଜାମ,୨୨/୧୧(ଜିଲ୍ଲା ଖବର) : 32ବର୍ଷ ପରେ କାମରାଜୁ ପାତ୍ର ଟିମ କ୍ଲିନ ସିଟି ସହାୟତାରେ ନିଜ ଘରେ ପରିବାର ଲୋକଙ୍କ ପାଖରେ ପହଁଚିଲା। ପତ୍ନୀ ମନୋରମା ଓ ପୁଅ ଦାଶରଥି ପାତ୍ର ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଦୁଇ ବର୍ଷ ଧରି ରାଜୁଙ୍କ ଦାୟିତ୍ୱ ଟିମ କ୍ଲିନ ସିଟି ନେଇଥିଲା। ରାଜୁଙ୍କୁ ପ୍ରଥମେ ଆଗା ସାହି ଛକରେ ଥିବା କେଦାରେଶ୍ୱର ମନ୍ଦିର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ପ୍ରଥମେ ଆଶ୍ରୟ ଗୃହରେ ଓ ପରେ ଜରାଶ୍ରମରେ ରଖାଯାଇଥିଲା। ତାଙ୍କର ନିଜ ଗ୍ରାମ ଶିହଳା ନିକଟସ୍ଥ ସିଙ୍ଗାବାଡି। ତାଙ୍କୁ ଟିମ ସଦସ୍ୟମାନେ ସିଙ୍ଗାବାଡ଼ିକୁ ନେଇଥିଲେ। ଗ୍ରାମର ସବୁ ଲୋକ ରାଜୁଙ୍କୁ ଦେଖି ଚିହ୍ନିଥିବା ବେଳେ ରାଜୁ ନିଜ ଘର ଓ ପଡ଼ୋଶୀଙ୍କ ଚିହ୍ନିଥିଲେ। ତେବେ ରାଜୁଙ୍କ ଘର ଭାଙ୍ଗି ଢ଼ିଅରେ ପରିଣତ ହୋଇଯାଇଛି। ପରେ ରାଜୁଙ୍କ ପୁଅ ଦାଶରଥିଙ୍କ ସମ୍ପର୍କରେ ସୂଚନା ପାଇ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଓ ତାଙ୍କ ମା ମନୋରମା ରାଜୁଙ୍କ ପତ୍ନୀ ଲାଠୀ ଗ୍ରାମରେ ରହୁଥିବା ଜଣାପଡିଲା। ଲାଠି ଗ୍ରାମକୁ ରାଜୁଙ୍କୁ ନେଇ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ ଟିମ କ୍ଲିନ ସିଟି ସଦସ୍ୟ। ଆଜି ରାଜୁଙ୍କୁ ତାଙ୍କ ପରିବାର ସହିତ ମିଶାଇ ପାରିଥିବାରୁ ଟିମ ସଦସ୍ୟ ବେଶ ଖୁସି ଅନୁଭବ କରିଛନ୍ତି।
ରିପୋର୍ଟ : କୁନା ମିଶ୍ର


