ନରେନ୍ଦ୍ରପୁର ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ପାଇଁ ; ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର

98

ବ୍ରହ୍ମପୁର,୧୯/୮(ରାଜେଶ ରଣା ) : ଗୋପାଳପୁର ଥାନା ଅଧୀନରେ ଥିବା ବଡ଼କୁଶସ୍ଥଳୀ ଗ୍ରାମର ଶିବସେଠି ,ଏହି ଆଞ୍ଚଳରେ ବହୁ ଆତଙ୍କରାଜ ଚଳାଇ ଆସୁଅଛି । ଛୋଟ ବଡ଼ ବ୍ୟବସାୟୀ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟ ଭୀତ କରି ଦାଦା ବଟି ଅସୁଲି କରୁଛି । ତାର ସହକର୍ମୀ ମାନଙ୍କୁ ବିଭିନ୍ନ ଗ୍ରାମ ଗୁଡିକୁ ପଠାଇ ଆତଙ୍କରାଜ ଜାରି ରଖିଛି । ନରେନ୍ଦ୍ରପୁର ଗ୍ରାମରେ ପାଞ୍ଚ ରୁ ଛ ଜଣ ଯୁବକ ପଶି ଆସି କିଛି ସ୍ତ୍ରୀ ଲୋକ ଏବଂ କିଛି ଯୁବକଙ୍କୁ ମାଡ଼ ମାରି ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ । ଟାଟା କଲୋନୀ, ଶୀତଳା ପାଲ୍ଲୀ ,ବଦଗୁମୁଳା ,ଲକ୍ଷ୍ମୀପୁର ,ଏବଂ ଏନ.ଏଚ ୫ରେ ଆତଙ୍କରାଜ ଚଳାଇ ଲୋକଙ୍କୁ ଭୟଭୀତ କରାଉଛନ୍ତି । ଏହାର ପ୍ରତିକାର କରିବା ପାଇଁ ଏବଂଏହାର ବିହିତ ପଦକ୍ଷେପ ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଗୋଟେ ପଟେ ପୋଲିସ ଅପରାଧ ଦମନ କରିବାକୁ ଅପରେସନ ଚଲାଇ ଥିବା ଆଉ ଗୋଟେ ପଟେ ଅପରାଧୀ ମାନେ ପୋଲିସ କୁ ଖାତିର ନ କରି ଚଳାଇଛନ୍ତି ଆତଙ୍କ ରାଜ ଘଟଣା ଟି ଘଟଛି ନରେନ୍ଦ୍ରପୁର ଗ୍ରାମରେ ଏହାକୁ ବିରୋଧ କରି ଆଜି ଗ୍ରାମ ର ଶତାଧିକ ଗ୍ରାମ ବାସି ବ୍ରହ୍ମପୁର SP ଙ୍କୁ ଭେଟି ଲିଖିତ ଅଭି ଯୋଗ କରିଥିଲେ