Sunday, November 15, 2026
Home ଆଞ୍ଚଳିକ ପରଲୋକରେ ପଞ୍ଜାବୀ ଲୋକ ଗାୟିକା ଗୁରୁମିତ ବାୱା

ପରଲୋକରେ ପଞ୍ଜାବୀ ଲୋକ ଗାୟିକା ଗୁରୁମିତ ବାୱା

9

ନୂଆଦିଲ୍ଲୀ,୨୨/୧୧/୨୧ (ଜିଲ୍ଲା ଖବର) : ପରଲୋକରେ ପଞ୍ଜାବୀ ଲୋକ ଗାୟିକା ଗୁରୁମିତ ବାୱା । ତାଙ୍କ ମୃତ୍ୟୁ ଖବର ପାଇବା ପରେ, ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ତାଙ୍କ ଝିଅଙ୍କର ଦେହାନ୍ତ ହେବା ପରଠାରୁ ସେ ଅସୁସ୍ଥ ଥିଲେ । ସେ ନିଜ ଝିଅର ମୃତ୍ୟୁ ଦୁଃଖରେ ଚୁପଚାପ୍ ଜୀବନଯାପନ କରୁଥିଲେ। କିଛି ଦିନ ପୂର୍ବରୁ ତାଙ୍କ ଅବସ୍ଥା ହଠାତ୍ ଖରାପ ହେବାପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।