Sunday, November 15, 2026
Home ଆଞ୍ଚଳିକ ନିଆରା ଅନ୍ଦାଜରେ ଫଟୋ ସେୟାର କଲେ ବିଗ୍ ବି

ନିଆରା ଅନ୍ଦାଜରେ ଫଟୋ ସେୟାର କଲେ ବିଗ୍ ବି

9

ନୂଆଦିଲ୍ଲୀ, ୨୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ସୁପରଷ୍ଟାର୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସବୁବେଳେ ସେ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି ।

ଠିକ୍ ସେମିତି ନିକଟରେ ବିଗ୍ ବି ତାଙ୍କର ଏକ ନିଆରା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳୁଛି । ସେୟାର କରିଥିବା ସେ ଏହି କୋଲାଜ୍ ଫଟୋରେ ସେ ମଜାଦାର ଅନ୍ଦାଜରେ ନଜର ଆସୁଛନ୍ତି ।  

ବିଗ୍ ବି ଏହି ଫଟୋ ସେୟାର କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଦିନ୍ ଏକ, ଦେହ ଏକ, ରୁପ୍ ଅନେକ୍, ହ୍ୟାଣ୍ଡସେକ୍, ହ୍ୟାଣ୍ଡସେକ୍, ହ୍ୟାଣ୍ଡସେକ୍’। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଏବଂ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।