Sunday, November 15, 2026
Home ଆଞ୍ଚଳିକ ବିବାହ ବାର୍ଷିକୀରେ ରାଜ ପ୍ରେମଭରା ପୋଷ୍ଟ ସେୟାର କଲେ ଶିଳ୍ପା ଶେଟ୍ଟୀ

ବିବାହ ବାର୍ଷିକୀରେ ରାଜ ପ୍ରେମଭରା ପୋଷ୍ଟ ସେୟାର କଲେ ଶିଳ୍ପା ଶେଟ୍ଟୀ

107

ନୂଆଦିଲ୍ଲୀ, ୨୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କର ଆଜି ହେଉଛି ବିବାହ ବାର୍ଷିକୀ । ତେବେ ଆଜିର ଏହି ଖୁସିର ଅବସରରେ ଶିଳ୍ପାଙ୍କ ଏକ ପ୍ରେମଭରା ପୋଷ୍ଟ ବେଶ ଭାଇରାଲ ହେଉଛି । ବିବାହର ୧୨ ବର୍ଷରେ ଶିଳ୍ପା ତାଙ୍କର ପୁରୁଣା ଫଟୋକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଫଟୋ ମାଧ୍ୟମରେ ସେ ଏକ ଖୁବ୍ ସୁନ୍ଦର ବାର୍ତ୍ତା ଲେଖିଛନ୍ତି ।  

ଆଜିର ଦିନରେ ୧୨ ବର୍ଷ ପୂର୍ବ ଶିଳ୍ପା ଏବଂ ରାଜ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଆଜି ସେ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ‘୧୨ ବର୍ଷ ପୂର୍ବେ ଏହି ସମୟରେ, ଆମେ ଭଲ ଏବଂ ଖରାପ ସମୟରେ ଦୁହେଁ ଦୁହିଁଙ୍କୁ ସହଯୋଗ କରିଥିଲୁ। ଆମ ପାଇଁ ବହୁତ୍ ସ୍ମରଣୀୟ ଥିଲା ଏହି ଦିନ । ଭଲପାଇବା ଏବଂ ବିଶ୍ବାସ କରିବା ସହ ଏହାକୁ ଜାରି ରଖିବା ପାଇଁ ପ୍ରତିଜ୍ଞା କରିଥିଲୁ । ଏହା କେତେବେଳେ ୧୨ ବର୍ଷ ବିତିଗଲା ତାହା ଜଣାପଡିଲା ନାହିଁ । ଆମର ଭଲ ଏବଂ ଖରାପ ସମୟରେ ଆମ ପାଖରେ ଠିଆ ହୋଇଥିବା ଆମର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟରୁ ଧନ୍ୟବାଦ’ ।

ତେବେ ବର୍ତ୍ତମାନ୍ ତାଙ୍କର ଏହି ଫଟୋକୁ ସମସ୍ତେ ବେଶ ପସନ୍ଦ କରିବା ସହିତ, ଏହା ବେଶ ଭାଇରାଲ ହେଉଛି ।