
ବ୍ରହ୍ମପୁର, ୨୨/୧୧/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ପର୍ଯ୍ୟବେକ୍ଷଣ ଆବସ ଏବଂ ସ୍ୱତନ୍ତ୍ର ଆବାସରୁ ୬ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଅନ୍ତେବାସୀ ଫାଟକ ଡେଇଁ ଚମ୍ପଟ ମାରିଥିବା ଜଣା ପଡିଛି। ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଛି।
ଫେରାର ଅନ୍ତେବାସୀଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ, ଚମାଖଣ୍ଡିରୁ ଜଣେ, କୋରାପୁଟରୁ ଦୁଇଜଣ, ପୁରୀରୁ ଜଣେ ଏବଂ ଗଜପତିରୁ ଜଣେ ଚମ୍ପଟ ମାରିଛନ୍ତି। ବାରମ୍ବାର ଏଭଳି ପିଲାମାନେ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି । ସ୍ୱତନ୍ତ୍ର ଆବାସରେ 116 ଅନ୍ତେବାସୀ ରହିଥିଲେ।



