
ମୁମ୍ବାଇ,୨୨/୧୧/୨୧ (ଜିଲ୍ଲା ଖବର) : ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କାରୋଡ଼ପତିର ନୂଆ ପ୍ରୋମୋ ସେୟାର କରିଛି । ଯେଉଁଥିରେ ବିଗ୍ ବିଙ୍କ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି । ଏହା ସହିତ ହଟସିଟରେ ହିମାଚଳର ଜଣେ ୯ ବର୍ଷର ବାଳକ ବସିଥିବା ନଜର ଆସୁଛି । ଯାହାଙ୍କ ନାଁ ହେଉଛି ଅରୁଣୋଦୟ ଶର୍ମା। ପ୍ରଥମେ ସେ ହିମାଚଳର ପାରମ୍ପାରିକ ଡାନ୍ସ କରି ହଟ୍ ସିଟ୍ ଯାଏ ଆସିଛନ୍ତି ।
ଏହାପରେ ବିଗ ବି ଅରୁଣୋଦୟଙ୍କୁ ପଚାରିଛନ୍ତି ଯେ, ସେ ତାଙ୍କୁ ଅରୁଣୋଦୟ ଡାକିବେ ନା…ପ୍ରଶ୍ନ ନ ସରୁଣୁ ସେ ଜବାବ ଦେଇଛନ୍ତି, ସାର ଆପଣ ଯାହା ବି ଡାକୁଛନ୍ତି ଡାକନ୍ତୁ କିଛି ଫରକ ପଡ଼େନି। ଆପଣ ଡାକିବା ହିଁ ବହୁତ କିଛି। ଏହାପରେ ଅମିତାଭ ବଚ୍ଚନ ତାଙ୍କୁ ଖେଳର ନିୟମ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଅରୁଣୋଦୟ ଅତି ନମ୍ରତାର କହିଛନ୍ତି ଯେ, ଆପଣଙ୍କ ପାଖରେ ଯେତେବେଳେ କିଛି କହିବାକୁ ନଥାଏ, ସେତେବେଳେ ଆପଣ ନିୟମ ବୁଝାଇବା ଆରମ୍ଭ କରିଦିଅନ୍ତି, ମୁଁ ଦେଖିଛି । ଅରୁଣୋଦୟଙ୍କ ଏହି କଥା ଶୁଣି ବିଗ ବି ଓ ଉପସ୍ଥିତ ଦର୍ଶକ ହସିବାକୁ ଲାଗିଛନ୍ତି।
ତାପରେ ବିଗ୍ ବି କହିଛନ୍ତି ଯେ, ୟାଙ୍କ ସାମ୍ନାରେ ମୁହଁ ଖୋଲିବା ବଡ ଭୁଲ, ସେ ଭୁଲ ବିଲକୁଲ କରିବା କଥା ନୁହେଁ । ଏକଥା ଶୁଣି ଆରେ ନାଇଁ ସାର, ସେମିତି କିଛି ନୁହେଁ। ଆପଣ ଯଦି ମୁହଁ ଖୋଲିବେନି ତାହେଲେ ଶୋ’ କେମିତି ଚାଲିବ ବୋଲି କହିଛନ୍ତି ଅରୁଣୋଦୟ । ଏତିକି ଶୁଣି ବିଗ ବି ଆହୁରି ହସିଛନ୍ତି । ଏବେ ଏହା ବେଶ ଭାଇରାଲ ହେଉଛି ।


