Monday, October 12, 2026
Home ଅପରାଧ ପୁଣି କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

ପୁଣି କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

11

ଗଜପତି,୨୨/୧୧/୨୧ (ଜିଲ୍ଲା ଖବର) : ଗଜପତିରେ ବଢ଼ିଚାଲିଛି ବେଆଇନ ଗଞ୍ଜେଇ ଚାଷ। ପୁଣି କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ। ଅଡ଼ବା  ପୋଲିସ୍, ଅବକାରୀ ବିଭାଗ, ବନବିଭାଗ, ଏବଂ ରାଜସ୍ୱ ବିଭାଗର ମିଳିତ ଉଦ୍ୟମରେ ରେଣୁ ଗ୍ରାମାଞ୍ଚଳରେ ଚଢ଼ାଉ କରଯାଇଥିଲା।

ଚଢ଼ାଇଉ ସମୟରେ ପ୍ରାୟ 102 ଏକର  ଜମିରେ  ଚାଷ କରାଯାଇଥିବା ୨ ଲକ୍ଷ ୨ ହଜାର ୬୨୦ ଟି  ଗଞ୍ଜେଇ ଗଛକୁ କାଟିବା ସହ ଜାଳି ପୋଡ଼ି ନଷ୍ଟ କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨କୋଟି ୨୬ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି  ସୂଚନା ଦେଇଛନ୍ତି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚରଣ ପାତ୍ର ।