Home ଆଞ୍ଚଳିକ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ

18

୨୨/୧୧/୨୧ (ଜିଲ୍ଲା ଖବର) : ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ। ତୃତୀୟ ତଥା ଶେଷ ଟି-୨୦ରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡଙ୍କୁ 73ରନର ବଡ ବ୍ୟବଧାନରେ ହରାଇ ବିଜୟ ହାସଲ କଲା ଭାରତୀୟ କ୍ରିକେଟ ଟିମ ।

କୋଲକାତାରେ ଖେଳାଯାଇଥିବା ଶେଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ 184 ରନର ବଡ ଟାର୍ଗେଟ ରଖିଥିଲା ରୋହିତ ବାହିନୀ। ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇ ୧୭.୨ ଓଭରରେ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଛି ନ୍ୟୁଜିଲାଣ୍ଡ ଟିମ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିବା ବେଳେ ଇଶାନ କିଶନ ୨୯ ରନ କରିଥିଲେ। ଅକ୍ଷର ପଟେଲ୍ ସର୍ବାଧିକ ୩ଟି ଏବଂ ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ ହାସଲ କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପଟିଲ ସର୍ବାଧିକ 51 ରନ କରିଥିଲେ। ଏହି ବିଜୟ ସହ ନୂତନ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳର ଦମଦାର ଆରମ୍ଭ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ।