
୨୨/୧୧/୨୧ (ଜିଲ୍ଲା ଖବର) : ପଞ୍ଜାବ ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ୍ ବିସ୍ଫୋରଣ । ଆକ୍ରମଣ ସଂପର୍କରେ ଅଧିକ ଛାନଭିନ ପାଇଁ ସିସିଟିଭର ସାହାର ନିଆଯାଉଛି । ମାମଲାକୁ ଅତି ଗମ୍ଭୀରତାର ସହ ନେଇଛି ସେନା ଓ ପ୍ରଶାସନ ।
ଘଟଣାସ୍ଥଳର ଆଖପାଖ ଇଲାକାକୁ ସିଲ୍ କରାଯିବା ସହ ସୁରକ୍ଷାକୁ ବଢ଼ାଇଦିଆଯାଇଛି । ଆଜି ସକାଳୁ ବିସ୍ଫୋରଣ ଖବର ମିଳିବା ପରେ ଘଟଣାସ୍ଥଳରେ ଅଧିକାରୀ ପହଁଚିଥିଲେ । ତେବେ ଏହା ଆତଙ୍କୀ ଆକ୍ରମଣ ଥିଲା ନା ନାହିଁ ତାର ଯାଞ୍ଚ ଚାଲିଛି । ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି ।



