
ଆସିକା (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଜରିଆରେ ଏକ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ, ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ. ଇତିହାସ ବିଭାଗ ର ମୁଖ୍ୟ ପ୍ରଫେସର ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଢ଼ୀ ମୁଖ୍ୟ ଅତିଥି, ଜୁଲଜୀ ବିଭାଗ ର ମୁଖ୍ୟ ଡ଼ଃ ଜୀବାନନ୍ଦ ତ୍ରିପାଠୀ ସନମାନିତ ଅତିଥି ଓ ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଡ଼ଃ ଅଭୟ କେଶରୀ ପରିଛା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ. କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ ଥିଲା ସାମ୍ବିଧାନିକ ଦିବସ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ଓ ସମ୍ବିଧାନ ଲାଗି ଡ଼ଃ ବି. ଆର. ଆଂବେଦକର ଙ୍କ ଭୂମିକା ଓ ତାଙ୍କରି ଜୟନ୍ତୀ ପାଳନ. ସଭାପତି ତଥା ଅଧ୍ୟକ୍ଷ ମହୋଦୟ ସମ୍ବିଧାନ କଣ ଓ ତାର ଗୁରତ୍ୱ କଣ ସେ ବିଷୟରେ ନିଜର ବକ୍ତ୍ୟବ ରଖିଥିବା ବେଳେ ପ୍ରଫେସର ପାଢ଼ୀ ସମ୍ବିଧାନ ଲାଗି ଯୁବସମାଜ ତଥା ଛାତ୍ର ଛାତ୍ରୀ ମାନଙ୍କ ର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ. ଡ଼ଃ ତ୍ରିପାଠୀ ଆମ୍ବେଦକର ଙ୍କ ଜୟନ୍ତୀ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡ଼ଃ ପଟ୍ଟନାୟକ ମୁଖ୍ୟବକ୍ତାରୂପେ ଆଜିର ବିଷୟ କୁ ନେଇ ପୁଙ୍ଖାନୁପୁଙ୍ଖ ଓ ବିସ୍ତୃତ ଆଲୋଚନା କରିଥିଲେ. ଯାହାକି ଛାତ୍ର ଛାତ୍ରୀ ତଥା ସ୍ବେଛାସେବୀ ମାନଙ୍କ ଲାଗି ବହୁତ ଉପାଦେୟ ଥିଲା. ସଭାକାର୍ଯ୍ୟ ପ୍ରାରମ୍ଭ ରେ ଶ୍ରୀ ପଣ୍ଡା ଅତିଥି ମାନଙ୍କୁ ନିମଂତ୍ରଣ, ପରିଚୟ ପ୍ରଦାନ ଓ ସର୍ବ ସେସର ଧନ୍ୟବାଦ ଅର୍ପଣ କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମ ରେ ଜାତୀୟ ସେବା ଯୋଜନା ର ସମସ୍ତ ସ୍ବେଛାସେବୀ ତଥା ଲଳିତ କୁମାର ଜେନା, ଦେବାଶିଷ ଜେନା, ଆଦିତ୍ୟ ଆଚାର୍ଯ୍ୟ, ସୁଶାନ୍ତ ପାତ୍ର, ସଚିନ୍ଦ୍ର ଶତପଥୀ, ଚନ୍ଦନ ପଣ୍ଡା, ଦେବାଶିଷ ନାହାକ, ସାଇ ସୁନ୍ଦର ଜେନା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଓ ଛାତ୍ର ଅଂଶ ଗ୍ରହଣ କରିଥିଲେ. ସର୍ବଶେଷରେ ସାମ୍ବିଧାନିକ ଦିବସ ଉପଲକ୍ଷେ ଉପସ୍ଥିତ ସଭ୍ୟଙ୍କୁ ନେଇ ଏକ ଶପଥ ପାଠ ର ଆୟୋଜନ କରାଯାଇଥିଲା





