ବୌଦ୍ଧ କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ପୁଣି ବାଘ ଛାଲ ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

7

ବୌଦ୍ଧ, ୨୧/୧୧/୨୧ (ଜିଲ୍ଲା ଖବର) :  ବୌଦ୍ଧ କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ପୁଣି ବାଘ ଛାଲ ଜବତ । ବୌଦ୍ଧ ଓ କନ୍ଧମାଳ ସୀମାରେ ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବାଘ ଛାଲ ଜବତ କରାଯାଇଛି ।

ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ । ଗିରଫ ବ୍ୟକ୍ତି ଜଣକ ବାଲିଗୁଡା ଥାନା ପୁରୁଘାଟ ଗ୍ରାମର ଶଚିତନ ନାୟକ । ମାସେ ତଳେ କଣ୍ଟାମାଳ ଅଞ୍ଚଳରୁ ବା ଛାଲ ଜବତ କରିବା ସହ ଶିକାରୀଙ୍କୁ ଗିରଫ କରାଯାଇଥିଲା ।

ପୂର୍ବରୁ ମଧ୍ୟ ଅନେକ ଥର ବନ ବିଭାଗ ଚଢ଼ାଉ କରି ବାଘ ଛାଲ ଜବତ କରିଛି । ବୌଦ୍ଧ ଜିଲ୍ଲାରୁ ରାଜ୍ୟ ତଥା ଦେଶ ବାହାରକୁ ବାଲ ଛାଲ ଚାଲଣ ହେଉଥିବାବେଳେ ବାଘ ଶିକାର ରୋକିବାରେ ସଫଳ ହୋଇ ପାରିନି ବନବିଭାଗ ।