
୨୧/୧୧/୨୧ (ଜିଲ୍ଲା ଖବର) : ଶୀତଦିନରେ ସ୍ୱାସ୍ଥ୍ୟ ସହିତ ତ୍ୱଚାର ମଧ୍ୟ ସଠିକ୍ ଦେଖାଶୁଣା କରିବା ଉଚିତ୍ । ନଚେତ୍ ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟା ଦେଖା ଦେଇଥାଏ । ଖାସକରି ଏହି ଦିନରେ ତ୍ୱଚାକୁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖିବା ଉଚିତ୍ । ଏବଂ ଘରୋଇ ଉପଚାର ଆପଣାଇବା ବେଶ ଲାଭଦାୟକ ହୋଇଥାଏ । ତେବେ ଶୀତଦିନରେ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଫେସପ୍ୟାକ୍ ବିଷୟରେ ।
ଷ୍ଟ୍ରବେରୀକୁ ପେଷ୍ଟ କରି ସେଥିରେ କଂଚା କ୍ଷୀର ପକାଇ ମିକ୍ସ କରି ରଖିବେ । ତାପରେ ଏହି ପ୍ୟାକକୁ ନେଇ ତ୍ୱଚାରେ ଲଗାଇବେ । ଏହା ଶୁଖିବା ପରେ ତ୍ୱଚାକୁ ଧୋଇ ସଫା କରିବେ ।
ଚାଉଳ ଚୂନାରେ ମହୁ ମିଶାଇ ତ୍ୱଚାରେ ଲଗାଇବେ । ଅଧା ଘଂଟା ପରେ ନଖ ଉଷୁମ୍ ପାଣିରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା,ଏହା ତ୍ୱଚାକୁ ଶୁଷ୍କ ହେବାକୁ ଦେଇ ନଥାଏ ।
ଟମାଟୋରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ୫ ରୁ ୬ ମିନିଟ ଯାଏ ମସାଜ କରି, ୧୫ରୁ ୨୦ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ ।
ପାଚିଲା ଅମୃତଭଣ୍ଡା ପେଷ୍ଟରେ ଚନ୍ଦନ ପାଉଡର ଏବଂ ଆଲୋଭେରା ଜେଲ ପକାଇ ମିକ୍ସ କରି ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହି ପ୍ୟାକକୁ ତ୍ୱଚାରେ ଲଗାଇ ପାରିବେ । ଶୀତଦିନରେ ଏହି ପ୍ୟାକ୍ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ ।
ପାଚିଲା କଦଳୀକୁ ଚକଟି ସେଥିରେ ମହୁ, ଦହି ଏବଂ ଗୋଲାପ ଜଳ ପକାଇ ମିକ୍ସ କରିବେ । ତାପରେ ଏହି ପ୍ୟାକକୁ ତ୍ୱଚାରେ ଲଗାଇବେ। ଏହା ଶୁଖିବା ପରେ ନଖ ଉଷୁମ ପାଣିରେ ତ୍ୱଚାକୁ ଧୋଇବେ ।
କଂଚା କ୍ଷୀରରେ ଚନ୍ଦନ ପାଉଡର ଏବଂ କିଛି ଗୋଲାପ ପାଖୁଡା ପକାଇ ଭଲଭାବେ ମିକ୍ସ କରି ତ୍ୱଚାରେ ଲଗାଇ ପାରିବେ ।


