
ନୂଆଦିଲ୍ଲୀ,୨୧/୧୧/୨୧ (ଜିଲ୍ଲା ଖବର) : ପରଲୋକରେ ଡିଜନି କ୍ୟାରେକ୍ଟରର ସ୍ୱର କଳାକାର ୱିଲ ରିୟାନ । ଖବର ଅନୁଯାୟୀ, ସେ କର୍କଟ ରୋଗରେ ପିଡୀତ ଥିଲେ । ଏବଂ ୧୯ ନଭେମ୍ବରରେ ୭୨ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
୧୯୪୯ରେ କିଛି ସର୍ଟ ଆନିମେଟେଡ ପ୍ରୋଜେକ୍ଟରେ ଭଏସ ଦେଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହା ସହ ୟୁନିଭର୍ସାଲର ଆନିମେଟେଡ୍ ଫିଲ୍ମ ଦି ଲ୍ୟାଣ୍ଡ ଫର୍ ବିଫର ଟାଇମ୍ ଏବଂ ମିକି ମାଉସ୍ କ୍ଲବ୍ ହାଉସରେ ମଧ୍ୟ ସ୍ୱର ଦେଇ ବେଶ ଲୋକପ୍ରିୟ ଏବଂ ପରିଚିତ ହୋଇଥିଲେ ସେ । ତାଙ୍କ ଦେହାନ୍ତ ଖବର ପାଇବା ପରେ, ଚାରିଆଡେ ଦୁଃଖର ଲହରୀ ଖେଳି ଯାଇଛି ।
ପ୍ରକାଶ ଥାଉକି, ୱିଲ ରିୟାନ ଏକାଧାରାରେ ଥିଲେ ଜଣେ, ସ୍ୱର କଳାକାର, ମ୍ୟୁଜିସିୟାନ, ସଙ୍ଗରାଇଟର ଓ କମେଡି କଳାକାର ।


