
୨୧/୧୧/୨୧ (ଜିଲ୍ଲା ଖବର) : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର କଲେଜ ନିକଟରେ ମନ୍ତ୍ରୀ ଆସିବା ପୂର୍ବରୁ କଳାପତାକା ଦେଖାଇଛନ୍ତି ବିଜେପି କର୍ମୀ । ବିରୋଧ ଭୟରେ ସମୟ ଗଡାଇଲେ ମନ୍ତ୍ରୀ ।
10 ଟା 30ରେ କାର୍ଯ୍ୟକ୍ରମ ଥିବାବେଳେ 12ଟା ପର୍ଯ୍ୟନ୍ତ ମଧ୍ୟ ଆସିନଥିଲେ । ତେବେ ମନ୍ତ୍ରୀଙ୍କ ଆସିବା ପୂର୍ବରୁ ବିଜେପି କର୍ମୀଙ୍କୁ ଅଟକ ରଖିଲା ପୋଲିସ । ମମିତାଙ୍କୁ ନ୍ୟାୟ ସହ କ୍ୟାପଟେନଙ୍କୁ ବହିଷ୍କାର ଦାବିରେ ରାଜ୍ୟର ସବୁ ସ୍ଥାନରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ବିରୋଧ କରୁଛନ୍ତି ବିରୋଧୀ ।



