Wednesday, November 11, 2026
Home ଆଞ୍ଚଳିକ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ଶାଗ

ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ଶାଗ

38

୨୧/୧୧/୨୧ (ଜିଲ୍ଲା ଖବର) : ସ୍ୱାସ୍ଥ୍ୟ ପାଇଁ ହିତକର ସବୁଜ ପନିପରିବା ଏବଂ ବିଭିନ୍ନ ପ୍ରକାରର ଶାଗ । ଖାସକରି ଶୀତଦିନରେ ବିଭିନ୍ନ ପ୍ରକାରର ପନିପରିବା ଓ ଶାଗ ମିଳିଥାଏ । ଯାହାକି ବିଭିନ୍ନ ରୋଗବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ ତେବେ ଆସନ୍ତୁ ଏମିତି କିଛି ଶାଗ ବିଷୟରେ ଜାଣିବା , ଯାହା ଖାସକରି ଶୀତଦିନରେ  ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ ।

ସବୁଜ ପନିପରିବାରେ ପ୍ରଚୁର ଖଣିଜ ଏବଂ ପ୍ରୋଟିନ ଭରପୁର ରହିଥାଏ  ଯାହା ବିବିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

– ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ମେଥି ଶାଗ । ଏଥିରେ ଫାଇବର, କ୍ୟାଲସିୟମ ଆଦି ଭରପୁର ରହିଥାଏ । ଏହା ଖାଇବା ଦ୍ବାରା, ଡାଇବେଟିସ ଏବଂ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ।

-ଭିଟାମିନ୍ ‘ଏ’, ‘ସି’, ‘ଇ’ ଆଦିରେ ଭରପୁର ସୋରିଷ ଶାଗ । ଏହା ପ୍ରତିଦିନ ସେବନ କରିବା ଦ୍ବାରା, ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହିତ, ପାଚନତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ।

-ପାଳଙ୍ଗ ଶାଗ ହାଡକୁ ମଜବୁତ୍ କରିବା ସହିତ, ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

-ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ, ହାଡକୁ ମଜବୁତ୍ କରିବା ଏବଂ ଲିଭରକୁ ଭଲ ରଖିବାରେ ବେଶ ସହାୟକ ହୁଏ ବଥୁଆ ଶାଗ । ତେଣୁ ପ୍ରତିଦିନ ନିଜ ଡାଏଟରେ ଏହି ଶାଗ ସାମିଲ କରିବା ଭଲ ।