
ଖୋର୍ଦ୍ଧା,୨୧/୧୧/୨୧ (ଜିଲ୍ଲା ଖବର) : ବୋଲଗଡ଼ ଥାନା ପୋଲିସ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ବୋଲଗଡ ପଂଚାୟତର ମରଦାବାଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ମରଦାବାଡି ଗ୍ରାମରେ ଏକ ଚୋରି ମାମଲାରେ ପୋଲିସ ଦୁଇଦିନ ତଳେ ୩ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ପାଇଁ ଯାଇଥିବା ସମୟରେ ଗ୍ରାମବାସୀ ଉତ୍ତେଜିତ ହୋଇ ପୋଲିସ ଗାଡିକୁ ଅଟକ ରଖିବା ସହ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିଥିଲେ।
ଘଟଣାସ୍ଥଳରେ ଦୁଇ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି । ପରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀ ଅଟକ ରଖିଥିବା ପୋଲିସ କର୍ମଚାରୀଙ୍କୁ ଛାଡିଥିଲେ ।
ଏସମ୍ପର୍କରେ ବୋଲଗଡ଼ ଥାନା ଅଧିକାରୀ ଘଟଣାସ୍ଥଳକୁ ଉପସ୍ଥିତ ଥିଲେ ମଧ୍ୟ ଏପରି କିଛି ହୋଇନି କହି ଏଡାଇ ଯାଉଛନ୍ତି । ଆଇଆଇସିଙ୍କ ଏପରି ନିରବତା ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



