
ଗୁଣପୁର,୨୧/୧୧(ଜିଲ୍ଲା ଖବର):
ଗୁଣପୁର ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ତରଫରୁ ଦୁଇଦିନ ଧରି ଅନୁଷ୍ଠିତ କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କୁ କୋଭିଡ ଟୀକାଦାନ କରାଯାଇଥିଲା । ଏଥିରେ ପ୍ରାୟ 130 ଜଣଙ୍କୁ ଟୀକାକରଣ କରାଯାଇଥିଲା ଓ ତନ୍ମଧ୍ୟରୁ 46 ଜଣ ଛାତ୍ରଛାତ୍ରୀ ପ୍ରଥମ ଡୋଜ୍ ଟୀକା ନେଇଥିଲେ । ଟୀକାକରଣ କରିବା ନିମନ୍ତେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେଗେଡାରୁ ସସ୍ମିତା ସେନାପତି ଓ ତାରିଣୀ ଚରଣ ରଥ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ଏବଂ ରାଷ୍ଟ୍ରୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଓ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଟୀକା ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କୁ କରୋନା ଭୂତାଣୁଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ରେପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି



