ଗଞ୍ଜେଇ ବୋଝେଇ ଗାଡି ଜବତ, ଡ୍ରାଇଭର ଗିରଫ

5

ସୁବର୍ଣ୍ଣପୁର,୨୧/୧୧/୨୧ (ଜିଲ୍ଲା ଖବର) :  ସୋନପୁର-ବିନିକା ମୁଖ୍ୟ ରାସ୍ତା କର୍ତ୍ତଙ୍ଗ ଛକରେ ଗଞ୍ଜେଇ ବୋଝେଇ ଗାଡି ଜବତ । ୬୨ କେଜି ଗଞ୍ଜେଇ ଜବତ କରାଯିବା ସହ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ବିନିକା ମୁଖ୍ୟରାସ୍ତାର କର୍ତ୍ତଙ୍ଗ ଛକ ନିକଟରେ ଲୁଚି ରହିଥିଲେ । ଠିକ ସେହି ସମୟରେ ବୋଲେରୋ ଗାଡ଼ିକୁ ଅବକାରୀ ଷ୍ଟାଫ ଅଟକାଇ ଯାଞ୍ଚ କରିଥିଲେ ।