Home Uncategorized ଇତିହାସ ରଚିଲେ ହାରିସ, ସାଜିଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି

ଇତିହାସ ରଚିଲେ ହାରିସ, ସାଜିଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି

5

୨୧/୧୧/୨୧ (ଜିଲ୍ଲା ଖବର) :  ଭାରତ ବଂଶଜ କମଲା ହାରିସଙ୍କୁ ନେଇ ପୁଣି ଚର୍ଚ୍ଚା । ଇତିହାସ ରଚିଲେ  ହାରିସ । ଏକ ଘଣ୍ଟା ୨୫ ମିନିଟ ପାଇଁ ରହିଲେ ରାଷ୍ଟ୍ରପତି ପଦରେ । ସାଜିଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିଲା ରାଷ୍ଟ୍ରପତିଙ୍କ କ୍ଷମତା ।

୮୫ମିନିଟ ଅର୍ଥାତ ଏକ ଘଂଟା ୨୫ ମିନିଟ ପାଇଁ ଉପ ରାଷ୍ଟ୍ରପତି କମଳା ହାରିସ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକୀୟ ସମୟ ଶୁକ୍ରବାର ସକାଳ ୧୦ଟା ୧୦ ମନିଟରୁ ୧୧ଟା ୩୫ମିନିଟ ପର୍ଯ୍ୟନ୍ତ କମଳା ହାରିସଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିଥିଲା ।

ରୁଟିନ୍ ଚେକ୍ଅପ୍ ପାଇଁ ୱାଲଟର ରିଡ୍ ମିଲିଟାରୀ ହସପିଟାଲରେ ବାଇଡେନଙ୍କ କଲୋନୋସ୍କୋପି କରାଯାଇଥିଲା । ସେଥିପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା । ଆଉ ସେହି ସମୟରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଭାର ସମ୍ଭାଳିଥିଲେ ଉପରାଷ୍ଟ୍ରପତି କମଳା ହାରିସ । ଆମେରିକା ଇତିହାସରେ ପ୍ରଥମ ମହିଳା ଭାବେ ତାଙ୍କୁ ଏପରି କ୍ଷମତା ମିଳିଥିଲା ।