
୨୧/୧୧/୨୧ (ଜିଲ୍ଲା ଖବର) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀର ଆଜି ଶେଷ ଦିନ । ଶନିବାର ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଆଜି ସମ୍ମିଳନୀକୁ ସମ୍ବୋଧିତ କରିବେ ।
ଲକ୍ଷ୍ନୌରେ ଆରମ୍ଭ ହୋଇଥିବା ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା, ଉଗ୍ରପନ୍ଥୀ କାର୍ଯ୍ୟକଳାପର ଦମନ ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି ।
ଆଜିର ଉଦଯାପନୀ ଦିନରେ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପୋଲିସ୍ ସେଟ୍ ଅପର ଆଧୁନିକୀକରଣ ଉପରେ ମନ୍ତ୍ର ଦେବେ । 2014 ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିପି ସମ୍ମିଳନୀରେ ଆଗ୍ରହ ରହିଛି ।
ପୂର୍ବପରି କେବଳ ସାଂକେତିକ ଉପସ୍ଥିତିର ବିପରିତରେ, ପ୍ରଧାନମନ୍ତ୍ରୀ ମୋଦି ଡିଜିପି ସମ୍ମିଳନୀର ସମସ୍ତ ଅଧିବେଶନରେ ବ୍ୟକ୍ତିଗତ ଭାବେ ସାମିଲ ହୋଇ ଏକ ସ୍ବତନ୍ତ୍ର ଏବଂ ମୁକ୍ତ ଆଲୋଚନାକୁ ପ୍ରତ୍ସୋହିତ କରୁଛନ୍ତି । ଯାହା ପୋଲିସ ଅଧିକାରୀଙ୍କୁ ଦେଶକୁ ପ୍ରଭାବିତ କରୁଥିବା ପ୍ରମୁଖ ନୀତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପରି ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାର ସୁଯୋଗ ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦମ୍ୟ ପରେ ହିଁ 2014 ପୂର୍ବରୁ କେବଳ ଦିଲ୍ଲୀରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଏଣିକି ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ।


