Sunday, November 15, 2026
Home ଆଞ୍ଚଳିକ ବିବାହ ପ୍ରସ୍ତୁତି ଆରମ୍ଭ କଲେଣି କ୍ୟାଟ୍ରିନା-ବିକି

ବିବାହ ପ୍ରସ୍ତୁତି ଆରମ୍ଭ କଲେଣି କ୍ୟାଟ୍ରିନା-ବିକି

21

ନୂଆଦିଲ୍ଲୀ, ୨୧/୧୧/୨୧ (ଜିଲ୍ଲା ଖବର) : କ୍ୟାଟ୍ରିନା ଏବଂ ବିକିଙ୍କ ବିବାହକୁ ନେଇ ବର୍ତ୍ତମାନ ବି-ଟାଉନରେ ଚର୍ଚ୍ଚା ଯୋର ଧରିଛି । ବିବାହ ତାରିଖ ଯେତିକି ପାଖେଇ ଆସୁଛି ବିବାହକୁ ନେଇ ସେତିକି ଖବର ପ୍ରଚାରିତ ହେଉଛି । ଡିସେମ୍ବର ୭ ରୁ ୯ ମଧ୍ୟରେ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।ତାଙ୍କ ବିବାହର ଅତିଥିଙ୍କ ତାଲିକା ଠାରୁ ଆରମ୍ଭ କରି, ଅତିଥିଙ୍କ ରହିବା ବ୍ୟବସ୍ଥା ଯାଏଁ ସମସ୍ତ ଖବରକୁ ନେଇ ଚର୍ଚ୍ଚା ହେଉଛି ।

ଯୋଧପୁରର ବିଳାସପୂର୍ଣ୍ଣ ଦୁର୍ଗରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଶୁଣିବାକୁ ମିଳୁଛି । ପ୍ରଶଂସକମାନେ ସେମାନଙ୍କର ବିବାହର ଅଫିସିଆଲ ଘୋଷଣାକୁ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସିଛି କି ଏହି ଦମ୍ପତି ଖୁବ୍ ଶୀଘ୍ର ଏହି ତାଙ୍କ ବିବାହ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ତଥା ଅଫିସିଆଲି ଭାବେ ଘୋଷଣା କରିବାକୁ ଯାଉଛନ୍ତି।

କ୍ୟାଟ୍ରିନା ଏବଂ ବିକ୍କି ଖୁବ୍ ଶୀଘ୍ର ସେମାନଙ୍କ ବିବାହର ଆନୁଷ୍ଠାନିକ ଘୋଷଣା କରିବାକୁ ଯାଉଛନ୍ତି। ଏହା ସହିତ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।