Saturday, November 14, 2026
Home ଆଞ୍ଚଳିକ ‘ଲଭ୍‌ ଲେଟର୍‌’ ସେୟାର କଲେ ନାଗା ଚୈତନ୍ୟ

‘ଲଭ୍‌ ଲେଟର୍‌’ ସେୟାର କଲେ ନାଗା ଚୈତନ୍ୟ

12

ନୂଆଦିଲ୍ଲୀ,୨୧/୧୧/୨୧ (ଜିଲ୍ଲା ଖବର) : ସାଉଥ ଅଭିନେତା ନାଗା ଚୈତନ୍ୟ ଓ ସାମନ୍ଥା ରୁଥପ୍ରଭୁ ,ବିବାହର ଦୀର୍ଘ ୪ ବର୍ଷ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ତେବେ ଏହା ମଧ୍ୟରେ ତାଙ୍କ ଛାଡପତ୍ରକୁ କିଛି ଦିନ ବିତି ସାରିଥିବା ବେଳେ, ନିକଟରେ ସୋସିଆଲ ମିଡିଆରେ ନାଗା ଚୈତନ୍ୟ ଏକ ‘ଲଭ୍‌ ଲେଟର୍‌’ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ବିଶେଷ ଆକ୍ଟିଭ୍ ରହୁ ନଥିବା ନାଗା, ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସେ ନିକଟରେ ପଢ଼ିଥିବା ଏକ ବହିର ଫଟୋକୁ ସେୟାର କରିଛନ୍ତି । ଆଉ ଏହାକୁ ସେ ‘ଲଭ୍‌ ଲେଟର୍‌ ଟୁ ଲାଇଫ୍‌’ ବୋଲି କହିଛନ୍ତି।  ଏହି ବହିକୁ ଲେଖିଥିବା ଲେଖକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି ଏହି ବହି ତାଙ୍କ ପାଇଁ ଏକ ଗ୍ରୀନ୍‌ ଲାଇଟ୍‌ ଭଳି।

ସୂଚନା ଅନୁଯାୟୀ, ନିଜ ବିବାହ ବାର୍ଷିକୀର କିଛି ଦିନ ପୂର୍ବରୁ ହିଁ ନାଗାଚୈତନ୍ୟ ଏବଂ ସମନ୍ଥା ଅଲଗା ହେବା ନେଇ ଘୋଷଣା କରିଥିଲେ। ଏହି ଦମ୍ପତ୍ତି ବିବାହ ହେବା ପୂର୍ବରୁ ପରସ୍ପରକୁ ଦୀର୍ଘ ୩ ବର୍ଷ ଧରି ଡେଟ୍‌ କରିଥିଲେ। ଏହାପରେ ୨୦୧୭ରେ ଗୋଆରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ।