Monday, November 16, 2026
Home ଆଞ୍ଚଳିକ ବଦଳିବ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମଣ୍ଡଳ

ବଦଳିବ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମଣ୍ଡଳ

11

 ୨୧/୧୧/୨୧ (ଜିଲ୍ଲା ଖବର) :   ଆଜି ରାଜସ୍ଥାନ ସରକାରରେ କ୍ୟାବିନେଟ୍‌ ପୁନର୍ଗଠନ । ଶନିବାର ଅଶୋକ ଗେହଲଟ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଆଜି ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ 15 ଜଣ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ଏଥିରେ 11 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିରେ 8 ଚେହେରା ନୂଆ ଥିବାବେଳେ 3 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ ହେବେ ।

ସେହିପରି 4 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଦୀର୍ଘ ଦିନରୁ ମନ୍ତ୍ରିମଣ୍ଡଳ ସଂପ୍ରାସରଣକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପ-ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାରି ଭିତରେ ନୂଆ ମନ୍ତ୍ରିମଣ୍ଡଳରେ ପାଇଲଟଙ୍କ ଗୋଷ୍ଠୀରୁ 4 ଜଣଙ୍କୁ ସାମିଲ କରାଯାଇଛି ।