
ମୁମ୍ବାଇ, ବ୍ରହ୍ମପୁର,୨୧/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ଅମିର ଖାନ୍ ତାଙ୍କର ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସନାଲ ଲାଇଫକୁ ନେଇ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି । ବିବାହର ୧୫ ବର୍ଷ ପରେ ଦ୍ବିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେବା ପରେ, ପୁଣି ସେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରୁଛି । ଆଉ ତାପୁଣି ସେ ତାଙ୍କ କୋ-ଷ୍ଟାର ଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।
ଖବର ଅନୁଯାୟୀ, ଅମିର ଖାନ୍ ଏବେ ତାଙ୍କର ଅପକମିଙ୍ଗ୍ ଫିଲ୍ମ’ଲାଲ୍ ସିଂ ଚଢା’କୁ ନେଇ ବେଶ ଖୁସି ଅଛନ୍ତି । ଦର୍ଶକ ମଧ୍ୟ ଏହି ଫିଲ୍ମ ଦେଖିବାକୁ ବେଶ ଉସ୍ବାହର ସହ ଚାହିଁ ବସିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ଅମିର ବେଶ ଚର୍ଚ୍ଚାରେ ରହିବା ସହିତ, ତୃତୀୟ ବିବାହ କରିବାକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ୍ ହେବା ପରେ ସେ ଏହାକୁ ନେଇ ଘୋଷଣା କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
କେବଳ ଏତିକି ନୁହେଁ, ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମିର ଏବେ ବିବାହକୁ ନେଇ ଘୋଷଣା କରୁନାହାନ୍ତି ବୋଲି କୁହାଯାଉଛି । ଅମିରଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା । ରୀନାଙ୍କ ଠାରୁ ଅଲଗା ହେବାପରେ ୨୦୦୫ ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ। ଆଉ ଏବେ ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅମିର । ତେବେ ଏସବୁ ଖବରରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଜଣାପଡିବ ।






