
୨୧/୧୧/୨୧ (ଜିଲ୍ଲା ଖବର) : ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-20 ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ । ସିରିଜ ମୂଳପୋଛ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଜୟପୁର ଓ ରାଞ୍ଚି ପରେ କୋଲକାତାରେ ମଧ୍ୟ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେଇପାରିବ ଟିମ ଇଣ୍ଡିଆ । ସେହିଭଳି ନୂଆ କୋଚ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ କ୍ଲିନ ସୁଇପ କରି ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ । ସେପଟେ ପୂର୍ବରୁ ଦୁଇଟି ମ୍ୟାଚ ଜିତି ଶୃଙ୍ଖଳା ଜିତି ସାରିଥିବାରୁ ଆଜିର ମ୍ୟାଚରେ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ପରିବର୍ତ୍ତନ କରି ନିଜର ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ପରିଖିପାରେ ।



