
ମୁମ୍ବାଇ,୨୧/୧୧/୨୧ (ଜିଲ୍ଲା ଖବର) : ନିକଟରେ ଟିଭି ରିଆଲିଟି ଶୋ’ ’ଇଣ୍ଡିଆଜ୍ ବେଷ୍ଟ ଡାନ୍ସର ୨’ ରେ ନଜର ଆସିଥିଲେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । ତାଙ୍କ ସହ ଅଭିନେତ୍ରୀ କରୀସ୍ମା କପୁର ମଧ୍ୟ ନଜର ଆସିଥିଲେ । ତେବେ ଏହି ମଞ୍ଚରେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଗୁରୁତ୍ବପୂର୍ଣ୍ଣ କଥାକୁ ସେୟାର କରି, ଭାବବିହ୍ବଳ ହୋଇ ପଡିଥିଲେ ସୁନୀଲ ସେଟ୍ଟୀ ।
ବାପାଙ୍କ ସଂଘର୍ଷମୟ ଜୀବନକୁ ମନେ ପକେଇ, ସେ ଇମୋସନାଲ ହୋଇ ପଡିଥିଲେ । ସେ କହିଥିଲେ ଯେ, ‘ମୋ ହିରୋ କିଏ ବୋଲି ମତେ ଯେତେବେଳେ ବି କେହି ପଚାରନ୍ତି, ସବୁବେଳେ ମୁଁ କୁହେ , ସେ ହେଉଛନ୍ତି ମୋ ବାପା’ । ମୋ ବାପାଙ୍କ ପାଇଁ ମୁଁ ବହୁତ୍ ଗର୍ବ ଅନୁଭବ କରେ । ଯେତେବେଳେ ସେ ୯ ବର୍ଷ ବୟସର ଥିଲେ, ସେ ମୁମ୍ବାଇ ଆସି ସଫେଇ କାମ କରୁଥିଲେ।”
ଏହା ସହିତ ସେ ତାଙ୍କୁ ବାପାଙ୍କ କାମକୁ ନେଇ ଲଜ୍ଜିତ ନୁହଁନ୍ତି ବୋଲି ମଧ୍ୟ କହିଛନ୍ତି । ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ହେଲା,ସେ ଯେଉଁ ବିଲ୍ଡିଂରେ ସଫେଇ କାମ କରୁଥିଲେ ସେଇ ବିଲ୍ଡିଂର ମ୍ୟାନେଜର ହୋଇଗଲେ, ଏବଂ ଶେଷରେ ସେହି ବିଲ୍ଡିଂକୁ କିଣିନେଲେ ,ଆଉ ମାଲିକ ହୋଇଗଲେ। ସେ ମତେ ସବୁବେଳେ ଶିକ୍ଷା ଦିଅନ୍ତି ଯେ, ତୁମେ ଯାହା କରୁଛ ସେନେଇ ଗର୍ବ କର ଆଉ ସେଥିରେ ସମ୍ପୂର୍ଣ୍ଣ ମନ ଦେଇଦିଅ।”


