
ନୂଆଦିଲ୍ଲୀ, ୨୧/୧୧/୨୧ (ଜିଲ୍ଲା ଖବର) : ସ୍ବାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ଅଭିନେତ୍ରୀ ମନ୍ଦିରା ବେଦୀ, ଏବେ ପୁଣି ଧିରେଧିରେ ସାଧାରଣ ଜୀବନକୁ ଫେରୁଛନ୍ତି । ଏବେ ପୁଣି ଥରେ ସେ ପୂର୍ବଭଳି ସୋସିଆଲ ମିଡିଆରେ ଆକ୍ଟିଭ୍ ନଜର ଆସୁଛନ୍ତି । ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହୁଛନ୍ତି । ଠିକ୍ ସେମିତି ନିକଟରେ ସେ ତାଙ୍କର ସୋସିଆଲ ମିଡିଆ ଆକାଉଂଟରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସକାଳୁ ସକାଳୁ ନିଜର ଏକ୍ସରସାଇଜ୍ କରୁଥିବା ନଜର ଆସୁଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ସେ, ଏଥିରେ ଏକାସହ ୩୩ ହ୍ୟାଣ୍ଡଷ୍ଟାଣ୍ଡ କରୁଥିବା ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଏନର୍ଜିକୁ ଦେଖି ସମସ୍ତେ ବେଶ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ‘ ସମସ୍ତଙ୍କୁ ଏକ ମଜବୁତ୍ , ବାହାଦୁର ସକାଳର ଶୁଭକାମନା। ଆଜି ୩୩ ହ୍ୟାଣ୍ଡଷ୍ଟାଣ୍ଡ କରିଛି ।
ପ୍ରକାଶ ଥାଉକି, ମନ୍ଦିରା ବେଦୀ ତାଙ୍କ ଫିଟନେସକୁ ନେଇ ସବୁବେଳେ ବେଶ ସଜାଗ ରୁହନ୍ତି । ଏବଂ ସୋସିଆଲ ମିଡିଆରେ ସେ ତାଙ୍କ ଫିଟନେସ ଫଟୋ, ଭିଡିଓ ସେୟାର କରନ୍ତି ।


