Tuesday, November 17, 2026
Home ଆଞ୍ଚଳିକ ଏଭନ୍ ନଦୀରେ ଡଙ୍ଗା ଭସାଇଲେ, ରାସ ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡିଆ

ଏଭନ୍ ନଦୀରେ ଡଙ୍ଗା ଭସାଇଲେ, ରାସ ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡିଆ

6

୨୧/୧୧/୨୧ (ଜିଲ୍ଲା ଖବର) : ଓଡିଆଙ୍କ 12 ମାସରେ 13 ପର୍ବ । ଓଡିଆମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ନିଜ ପର୍ବ ପର୍ବାଣୀ ଭୁଲି ନଥାନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଇଂଲଣ୍ଡରେ । ସେଠାରେ ରହୁଥିବା ପ୍ରବାସୀ ଓଡିଆମାନେ ରିତିନୀତି ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି ।

ସିଟି ଅଫ୍ ବାଥରେ ଥିବା ଜଗନ୍ନାଥ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ତୁଳସୀ ବିବାହ ଓ ରାସ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଚତୁର୍ଦ୍ଧାବିଗ୍ରହ ନୂତନ ବସ୍ତ୍ର ପରିଧାନ କରିବା ସହ ସେଠାରେ ଥିବା ଏଭନ୍ ନଦୀରେ ସମସ୍ତ ପ୍ରବାସୀ ଓଡିଆମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି ।