Monday, October 19, 2026
Home ଅପରାଧ ରକୁଲ ପ୍ରୀତ୍ ସିଂହ ରହୁଥିବା ବିଲ୍ଡିଂରେ ଲାଗିଥିଲା ନିଆଁ

ରକୁଲ ପ୍ରୀତ୍ ସିଂହ ରହୁଥିବା ବିଲ୍ଡିଂରେ ଲାଗିଥିଲା ନିଆଁ

16

ନୂଆଦିଲ୍ଲୀ, ୨୧/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂହ ରହୁଥିବା ବିଲ୍ଡିଂରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ସେ ଯେଉଁ ବିଲ୍ଡିଂରେ ରହୁଛନ୍ତି, ସେହି ବିଲ୍ଡିଂର ୧୨ ନମ୍ବର ମହଲାରେ ନିଆଁ ଲାଗିଥିଲା । ହେଲେ ନିଆଁ ଆଗକୁ ବଢିବା ପୂର୍ବରୁ ସେଠାରେ ଫାୟାର ଟିମ୍ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଯାହା ଫଳରେ ସେଠାରୁ କୌଣସି କ୍ଷୟକ୍ଷତି ଖବର ଏବେ ଯାଏ ସାମ୍ନାକୁ ଆସି ନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ ।

ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା । ତେବେ ଖବର ଅନୁଯାୟୀ ସେହି ବିଲ୍ଡିଂର ୩ୟ ମହଲାରେ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ରହୁଛନ୍ତି । ପ୍ରକାଶ ଥାଉକି, ଫିଲ୍ମ ୟାରିଆ ମାଧ୍ୟମରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ରକୁଲ ପ୍ରୀତ୍ । ଏହାପରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା । ଏବଂ ସେ ଆଜି ଯାଏ ଅନେକ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ ।