Sunday, November 15, 2026
Home ଆଞ୍ଚଳିକ କମଲା ପସନ୍ଦକୁ ଲିଗାଲ ନୋଟିସ ପଠାଇଲେ ବିଗ୍ ବି

କମଲା ପସନ୍ଦକୁ ଲିଗାଲ ନୋଟିସ ପଠାଇଲେ ବିଗ୍ ବି

24

ନୂଆଦିଲ୍ଲୀ,୨୧/୧୧/୨୧ (ଜିଲ୍ଲା ଖବର) : ଅଭିନୟ ସହିତ ନିଜର ବିଜ୍ଞାପନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ନିକଟରେ ସେ ପାନ୍ ମସଲା କମ୍ପାନୀ କମଲା ପସନ୍ଦ ସହ ଚୁକ୍ତି ବାତିଲ କରିବାକୁ ନିଜ ଅଫିସିଆଲ ବ୍ଲଗରେ ସୂଚନା ଦେଇଥିଲେ । କିନ୍ତୁ ଚୁକ୍ତି ଶେଷ ହେବା ପରେ ମଧ୍ୟ ପାନ ମସଲା ବ୍ରାଣ୍ଡକୁ ନେଇ ଅସନ୍ତୁଷ୍ଟ ଅଛନ୍ତି  ବିଗ ବି । ସେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଲିଗାଲ ନୋଟିସ ପଠାଇଛନ୍ତି ।

ପାନ ମସାଲା କମ୍ପାନୀ କମଲା ପସନ୍ଦର ବିଜ୍ଞାପନ କରି ଟ୍ରୋଲ ହେବା ପରେ,ସେ କମ୍ପାନୀ ସହ ଚୁକ୍ତି ବାତିଲ ନେଇ ଘୋଷଣା କରିଥିଲେ ବିଗ୍ ବି । ଏବେ ସେ ଚୁକ୍ତିରୁ ଓହରିବା ପରେ ବି, ତାଙ୍କ ଅଭିନୀତ ବିଜ୍ଞାପନ କମ୍ପାନୀ ଟିଭିରେ ପ୍ରସାରଣ କରୁଛି । ଏହାକୁ ବିରୋଧ କରି ସେ ଲିଗାଲ ନୋଟିସ ପଠାଇଛନ୍ତି ।