
ବ୍ରହ୍ମପୁର,୨୦/୧୧(ଜିଲ୍ଲା ଖବର):
ଗୋଶାଣୀନୁଆଗାଁ ଶାଳିଆବନ୍ଦ ସାହି ନିବାସୀ, ବ୍ରହ୍ମପୁର ପ୍ରାୟ 60ଜଣ ପରିବାର ପ୍ରାୟ ପଚାଶ ବର୍ଷରୁ ଉର୍ଦ୍ଧ ଦିନ ଧରି ବ୍ରହ୍ମପୁର ଗୋଶାଣୀନୁଆଗାଁ ଶାଳିଆ ବନ୍ଧ ନିକଟରେ ଘର ଦ୍ଵାରା କରି ରହିଆସୁଅଛୁ l ଗତ 5 ତାରିଖରେ ବ୍ରହ୍ମପୁର ମହାନଗର ନିଗମ ଆମମାନଙ୍କୁ ଆସନ୍ତା 20 ତାରିଖ ମଧ୍ୟରେ ଉକ୍ତ ସ୍ଥାନ ଖାଲି କରିବାକୁ ନୋଟିସ ପଠେଇ ଥିଲେ l ଆମେ ଏହା ବିରୁଦ୍ଧରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ଵାରାସ୍ଥ ହୋଇଥିଲୁ l ଅତଏବ ଆପଣଙ୍କ ନିକଟରେ ଆମର ସବିନୟ ଅନୁରୋଧ କି ମାନ୍ୟବର ସବୁଜ ଅଦାଲତଙ୍କ ଆଦେଶ ପ୍ରକାରେ ବନ୍ଦ ହୁଡ଼ାକୁ ଯେଉଁ ମାନେ ଦଖଲ କରିଥିବେ ସେହି ମାନଙ୍କୁ ଉଛେଦ କରାଯାଉ l କିନ୍ତୁ ଆମେ ଶାଳିଆ ସାହି ବାସୀନ୍ଦା ବନ୍ଧ ନିକଟରେ ସରକାରୀ ଜମିରେ ଦୀର୍ଘ ଦିନଧରି ରହି ଆସୁଛୁ l ବନ୍ଧକୁ ଆମ ମାନଙ୍କ ଘର ମଧ୍ୟରେ ପକ୍କା ରାସ୍ତା ଅଛି, ଏପରିକି ପୌରସଂସ୍ଥା ଦ୍ଵାରା ନିକଟରେ ଶୌଚାଳୟ ଓ ଆମ ମାନଙ୍କ ଘର ପଛରେ ପକ୍କା ଡ୍ରେନ ବ୍ୟବସ୍ଥା ମଧ୍ୟ କରାଯାଇଛି l ଅତଏବ ଆମ ମାନଙ୍କ ଦ୍ଵାରା ଜଳାଶ୍ରୟରେ କୌଣସି ପ୍ରକାଶ ଅସୁବିଧା ହେଉନାହିଁ l ଏଣୁ ଆମର ଅନୁରୋଧ ନିମ୍ନ ଲିଖିତ ପ୍ରସ୍ତାବରେ ଆପଣ ସହମତି ହେଲେ ଆମେ ଗରିବ ପରିବାର ଗୁଡିକ ଚୀରଉପ କୃତ ହେବୁ l
1-ପୁରୁଷଆନୁକ୍ରମେ ରହି ଆସୁଥିବା ଆମ ଘର ଗୁଡ଼ିକୁ ନ ଭାଙ୍ଗି, ଆମକୁ ପଟ୍ଟା ଦିଆଯାଉ
2-ଯଦି ସରକାର ଆମ ଘର ଭାଙ୍ଗିବେ ତେବେ ଆମକୁ ଉକ୍ତ ସରକାରୀ ଜମିରେ କିମ୍ବା ଗୋଶାଣୀନୁଆଗାଁ ପୂରୁଣା ଥାନା ନିକଟରେ ଥିବା ସରକାରୀ ଜମିରେ ରାଜୀବ ଆବାସ ଯୋଜନା ରେ ଘର ତିଆରିକରି ଆମକୁ ଦିୟନ୍ତୁ
3- ଯେହେତୁ ଆମେ ଦିନ ମଜୁରିଆ ଓ ଗରିବ ଲୋକ ଏଣୁ ସରକାରୀ ଯୋଜନା ମୁତାବକ ଆମକୁ ସମ୍ପୂର୍ଣ୍ଣ ମାଗଣାରେ ଘର ଯୋଗାଇ ଦିଆଯାଉ l
ଆଜିର ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ବସ୍ତି ସୁରକ୍ଷା ମଞ୍ଚ ର ଆବାହକ ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଙ୍କ ନେତୃତ୍ୱରେ ହେବାସହ ଏଥିରେ ଭୋକାଲି ସେଠୀ, ପ୍ରମୋଦ ଜେନା, ଉଦୀୟ ପାଣିଗ୍ରାହୀ, ରବୀନ୍ଦ୍ର ଅଧିକାରୀ, ସାଇ ପ୍ରସାଦ ପାତ୍ର, ସୁବାସ ରାଉତ,ସୁଧୀର ମହାରଣା, ରଞ୍ଜନ ତରାଇ, ପ୍ରଶାନ୍ତ ସାହୁ ପ୍ରଫୁଲ୍ଲ ଘଡେଇ ପ୍ରମୁଖ ନେତୃତ୍ୱ ନେଇଥିଲେ|
ରିପୋର୍ଟ : କୁନା ମିଶ୍ର



