ସାପ ବିଷ ସ୍ମଗଲିଙ୍ଗ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

32

ଦେବଗଡ,୨୦/୧୧/୨୧ (ଜିଲ୍ଲା ଖବର ) : ସାପ ବିଷ ସ୍ମଗଲିଙ୍ଗ ରାକେଟର ପର୍ଦ୍ଦାଫାଶ । ସାପ ବିଷ ବିକ୍ରୀ ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ଜିଲ୍ଲାର ତନ୍ତ୍ର ପୋଲିସ ଟିମ ଏହି ଚଢାଉ କରିଥିବା ଜଣାପଡିଛି । ଚଢାଉ ସମୟରେ ୧ କେଜି ସାପ ବିଷ ଜବତ କରିବା ସହ ସମ୍ବଲପୁର ଜିଲ୍ଲାର ୨ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢି, ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ। ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।