Tuesday, November 17, 2026
Home ଆଞ୍ଚଳିକ ଏଣିକି ପ୍ରେସକ୍ଳବ ପାଳନ କରାଯିବ ସାମ୍ବାଦିକ ମାନଙ୍କ ଜନ୍ମଉଛବ

ଏଣିକି ପ୍ରେସକ୍ଳବ ପାଳନ କରାଯିବ ସାମ୍ବାଦିକ ମାନଙ୍କ ଜନ୍ମଉଛବ

26

ଵ୍ରହ୍ମପୁର,୨୦/୧୧(ଜିଲ୍ଲା ଖବର):ଵ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ଆଜି ଠାରୁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଏହା ସହରର ସମସ୍ତ ସାମ୍ବାଦିକ ଭାଇ ମାନଙ୍କ ଉଦ୍ଦେଶ୍ୟରେ ହିଁ ଆରମ୍ଭ ହେଲା । ସହରର ପ୍ରତି ସାମ୍ବାଦିକ ଭାଇଙ୍କ ଜନ୍ମ ଦିନରେ ସେମାନଙ୍କ ପାଇଁ କିଛି ସମୟ ଅନ୍ୟମାନେ ଦେବେ । ଏଥିପାଇଁ ଵ୍ରହ୍ମପୁର ପ୍ରେସକ୍ଲବରେ ଏକ କେକ୍ କାଟିବା କାର୍ଯ୍ୟକ୍ରମ ଉକ୍ତ ଦିନ କରାଯିବ । ଏଥିରେ ସହରର ସମସ୍ତ ସାମ୍ବାଦିକ ଭାଇ ଏବଂ ଭଉଣୀ ମାନେ ଉପସ୍ଥିତ ରହିବେ ବୋଲି ଆଶା । ଏଥିରେ କୌଣସି ବାଛ ବିଚାର ରହିବ ନାହିଁ । ଏକ ମନ ଏକ ଉଦ୍ଦେଶ୍ୟରେ ସମସ୍ତେ ଉପସ୍ଥିତ ରହିବେ । ସୁଦୀପ ବାବୁଙ୍କ ଜନ୍ମ ଦିନରୁ ଏହା ଆଜି ଠାରୁ ଆରମ୍ଭ ହୋଇଛି । ପରେ ସ୍ମୃତି ମହାଲିକ ଙ୍କ ଜନ୍ମ ଦିନ ପାଳନ କରାଯାଇଛି ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ହେବ । ସମସ୍ତେ ନିଜ ନିଜ ଜନ୍ମଦିନ ତାରିଖକୁ ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ଜଣାଇ ଦେବେ ବୋଲି ଅନୁରୋଧ । ଵ୍ରହ୍ମପୁର ପ୍ରେସ କ୍ଳବ ଜିନ୍ଦ

ରିପୋର୍ଟ :କୁନା ମିଶ୍ର