
ନୂଆଦିଲ୍ଲୀ,୨୦/୧୧/୨୧ (ଜିଲ୍ଲା ଖବର ) : ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ, ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ଠାରୁ ଅଲଗା ହେବା ପରେ , ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ତେବେ ଆଜିକାଲି ଏହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହୁଛନ୍ତି । ତେବେ ନିଖିଲଙ୍କ ଠାରୁ ଅଲଗା ହେବା ପରେ, ସେ ଅଧିକାଂଶ ସମୟ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ବିତାଉଥିବା ନଜର ଆସୁଛନ୍ତି । ଅନେକ ସମୟରେ ନୁସରତ ୟଶଙ୍କ ସହ ଫଟୋ ମଧ୍ୟ ସେୟାର କରନ୍ତି । ତେବେ ପ୍ରକୃତରେ କ’ଣ ୟଶ ଦାସଗୁପ୍ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କି ନୁସରତ ? ଏହି ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି ।
ନୁସରତଙ୍କର ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ବେଆଇନ ହେବା ପରେ, ସେ ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ଉଭୟେ ହସୁଥିବା ଦେଖାଯାଉଛି। ଏହି ଫଟୋ ଦେଖିବା ପରେ, ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସମାନେ ନୁସରତଙ୍କ ଅନେକ ପ୍ରଶ୍ନ କରିଛନ୍ତି ।
ନିକଟରେ, ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସେ ଲେଖଛନ୍ତି ଯେ, ‘ଆମକୁ ଆଶୀର୍ବାଦ କରନ୍ତୁ’। ତେବେ ନୁସରତ କାହିଁକି ଆଶୀର୍ବାଦ ମାଗିଛନ୍ତି ।
ନିକଟରେ କୋଲକାତା କୋର୍ଟ ନୁସରତ-ନିଖିଲଙ୍କ ବିବାହକୁ ଅବୈଧ ବୋଲି ଘୋଷଣା କରିଛନ୍ତି । ଏହା ବ୍ୟତୀତ କହିଛନ୍ତି କି, ଏହି ଦମ୍ପତି ଆଇନଗତ ଭାବେ ବିବାହ କରିନାହାଁନ୍ତି ।


