ମେଡିକାଲରୁ ନବଜାତକ ଗାଏବ, ଟିକା ଦେବାକୁ କହି ନେଇଯାଇଥିବା ଅଭିଯୋଗ

8

ସୁବର୍ଣ୍ଣପୁର,୨୦/୧୧/୨୧ (ଜିଲ୍ଲା ଖବର ) : ମେଡିକାଲରୁ ନବଜାତକ ଶିଶୁ କନ୍ୟା ଜୋରି ହୋଇଯାଇଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ।

 ଗତକାଲି ସକାଳେ ଷଣ୍ଢା ଗାଁର ସନ୍ତୋଷୀନି ଜାଲଙ୍କ  ଶିଶୁକନ୍ୟା ଜନ୍ମ ହୋଇଥିଲା । ଆଜି ସକାଳୁ ଛୁଆଟିକୁ କେହି ଚୋରି କରି ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । 

ଶନିବାର ସକାଳୁ ଟିକା କେନ୍ଦ୍ରରୁ ଶିଶୁକୁ ଟିକା ଦେବାକୁ ନେଇ ଯାଉଥିବାବେଳେ ଜଣେ ମହିଳା ଟିକା ଦେଇ ଦେବାକୁ କହି ଶିଶୁ କନ୍ୟାକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇନଥିଲେ ବି ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରୁଛି ।