
ନୂଆଦିଲ୍ଲୀ, ୨୦/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ନିକଟରେ ତାଙ୍କର ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ସୁସ୍ମିତା ତାଙ୍କର ଅଭିନୟ ସହିତ ତାଙ୍କର ବିବେକ-ବିଚାରକୁ ନେଇ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ଏକ ପୋଷ୍ଟ ସେୟାର କରି ତାଙ୍କର ସର୍ଜରୀ ହୋଇଥିବା କଥା ଜଣାଇଛନ୍ତି । ଏହା ସହିତ ସେ ଭିଡିଓ ସେୟାର କରି ତାଙ୍କର ନୂଆ ଲୁକ୍ ବିଷୟରେ ମଧ୍ୟ କହିଛନ୍ତି ।
ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ୍ ଦେବାକୁ ଚାହୁଁଛି , ଯେଉଁମାନେ ମତେ ଏତେ ଭଲ ପାଉଛନ୍ତି ଏବଂ ମତେ ଆର୍ଶିବାଦ କରୁଛନ୍ତି । ଏହା ସହିତ ସେ ତାଙ୍କର ଆଗାମୀ ଓ୍ବେବ ସିରିଜ୍ ‘ଆଯ୍ୟା୨’ର ସୁଟିଂ ମଧ୍ୟ ପୂରା କରିଥିବା କଥା କହିଛନ୍ତି । ଏହାପରେ ଆଗକୁ କହିଛନ୍ତି ,୧୬ ନଭେମ୍ବରରେ ମୋର ଗୋଟେ ସର୍ଜରୀ ହୋଇଛି । ଏବଂ ମୁଁ ଠିକ୍ ହେଉଛି । ଆପଣମାନଙ୍କୁ ଧନ୍ୟବାଦ୍। ଆପଣମାନଙ୍କ ଭଲପାଇବା ପାଇଁ ମୁଁ ଅଧିକ ଦୃଢ ହେଉଛି । ଆଗକୁ ବି ମତେ ଏମିତି ଭଲପାଇବା ଦିଅନ୍ତୁ । ଏହା ସହିତ ସେ କହିଛନ୍ତି ଯେ, ମୋର ଜନ୍ମଦିନରେ ମୋ ସ୍ବାସ୍ଥ୍ୟର ନୂଆ ଆରମ୍ଭ ଏବଂ ନୂଆ ଲୁକର ମଧ୍ୟ ।
ତାପରେ ସେ ତାଙ୍କର ଆଉ ଏକ ପୋଷ୍ଟରେ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ହେଲେ ତାଙ୍କର କେଉଁ ସର୍ଜରୀ ହୋଇଛି ତାହା ସ୍ପଷ୍ଟ ସେ କରି ନାହାଁନ୍ତି ।


