
ବ୍ରହ୍ମପୁର, ୨୦/୧୧/୨୧ (ଜିଲ୍ଲା ଖବର ) : ସରିଲା କାର୍ତ୍ତିକ ମାସ । ଆଜି ଛାଡ଼ଖାଇ । କାର୍ତ୍ତିକ ମାସ ପାଳନ କରି ଲୋକେ ଆମିଷ ବାରଣ କରିଥାନ୍ତି। ହେଲେ ଆଜି ଶନିବାର ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବଜାର ଟିକେ ମାନ୍ଦା ରହିଛି। ତଥାପି ଅନେକ ସ୍ଥାନରେ ଲୋକଙ୍କ ଗହଳି ରହିଛି। ତେଣୁ ଆଗ୍ରହର ସହ ଛାଡଖାଇ ପାଳିବାକୁ ସମସ୍ତେ ପ୍ରସ୍ତୁତି କରିଥାନ୍ତି।
ମାସେ କାଳ ବେପାର ଟିକେ ମାନ୍ଦା ଥିବାରୁ ଭଲ ବ୍ୟବସାୟ ହେବ ବୋଲି ବୋଲି ଆଶା ବାନ୍ଧି ବସିଛନ୍ତି ବ୍ୟବସାୟୀ। କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଛାଡଖାଇ ପାଳନ ହୁଏ। ହେଲେ ଆଜି ଶନିବାର ପଡୁଥିବାରୁ ଅନେକ ଲୋକ ଆସନ୍ତାକାଲି ଛାଡଖାଇ ପାଳିବେ । ରବିବାର ହେବ ଅସଲ ଛାଡଖାଇ ।


