ଢ଼େଙ୍କାନାଳ ମିନିଷ୍ଟାଡିୟମଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମ

5

୨୦/୧୧/୨୧ (ଜିଲ୍ଲା ଖବର ) : ଆଜି ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିନିଷ୍ଟାଡିୟମଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଗତ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲା ବିଜେପି ।

ଗସ୍ତ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା ବିଜେପିର ତିନି କର୍ମୀଙ୍କୁ ପୋଲିସ ଅଟକ ରଖିଛି । ସେହିପରି କଂଗ୍ରେସର ୫ ଜଣଙ୍କୁ ଅଟକ ରଖିଛି ପୋଲିସ ।