Thursday, October 15, 2026
Home ଆଞ୍ଚଳିକ ବିଦ୍ୟାଳୟରେ ପାଣି ଘଣ୍ଟା ଶୁଭାରମ୍ଭ ।

ବିଦ୍ୟାଳୟରେ ପାଣି ଘଣ୍ଟା ଶୁଭାରମ୍ଭ ।

21

ଆସିକା (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଭିନବ ପ୍ରୟାସ ‘ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ’ ଏଣିକି ସ୍କୁଲରେ ପାଣି ଘଣ୍ଟା ଅଭିଯାନ ଆରମ୍ଭ ହୋଇଯାଇଛି ସେହିଭଳି ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁଭାରମ୍ଭ ହୋଇଯାଇଛି ପାଣି ଘଣ୍ଟା। ଏଭଳି ଏକ ଅଭିନବ ପଦକ୍ଷେପ ଦ୍ବାରା ଛାତ୍ର ଛାତ୍ରୀ ମାନେ ସୁସ୍ଥ ଜୀବନ ନିର୍ବାହ କରିପାରିବେ। ସେଥିପାଇଁ ପାଣି ପିଇବାର ସମୟ ନିର୍ଘଣ୍ଟ ସ୍ଥିର କରିବା ସହ ପାଣିର ଶରୀର ପ୍ରତି ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟସୁନ୍ଦର ରାଉତ, ବ୍ଲକ ଶିକ୍ଷାଧିକାରୀ କୃତିବାସ ବାରିକ, ଏସ୍ ଏମ୍ ସି ସଭାପତି କ୍ଷୀରୋଦ ଚନ୍ଦ୍ର ବେହେରା ,ସି ଆର ସି ସି ସରୋଜ କୁମାର ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜଲ୍ଲି ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

ରିପୋର୍ଟର ରତ୍ନାକର ଶିଅ ।