ମାଓପ୍ରବଣ ଅଞ୍ଚଳରେ ଡିଜିଟାଲ୍‌ ମାଧ୍ୟମରେ ପାଠପଢ଼ିବେ ଛାତ୍ରଛାତ୍ରୀ, ମିଳିବ ଗୁଣାତ୍ମକ ଶିକ୍ଷା

8

ବଲାଙ୍ଗିର, ୨୦/୧୧/୨୧ (ଜିଲ୍ଲା ଖବର ) : ବଦଳିବ ବଲାଙ୍ଗିର ଜିଲ୍ଲା ତୁରେକେଲ୍ଲା ଅଞ୍ଚଳର ପରିଚୟ । ସ୍ମାର୍ଟ ହେବ ଶିକ୍ଷା ବ୍ୟବସ୍ଥା । ତୁରେକେଲ୍ଲା ବ୍ଲକ ଏକ ପଛୁଆ ଓ ମାଓପ୍ରବଣ ବ୍ଲକ ଭାବେ ପରିଚିତ ଥିବାବେଳେ ଏବେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍ମାର୍ଟ ସ୍କୁଲରେ ପାଠ ପଢ଼ିବେ । ଆଉ କିଛିଦିନ ପରେ ଏହି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏବେ ସ୍କୁଲର ଭଙ୍ଗା ଘର ଜାଗାରେ ଠିଆହୋଇଛି ହାଇଟେକ୍ ସ୍କୁଲ । ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍‌, ସ୍ମାର୍ଟ ଲାଇବ୍ରେରୀ, ଇ-ଲାଇବ୍ରେରୀ ଭଳି ଅନେକ ସୁବିଧା ରହିଛି । ଗୁଣାତ୍ମକ ଶିକ୍ଷା ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଉପଲବ୍‌ଧ ହେବବୋଲି ସୂଚନା ମିଳିଛି ।