Sunday, November 15, 2026
Home ଆଞ୍ଚଳିକ ଘର ଭିତରେ ହଠାତ୍ ପଶିଗଲେ ଜଣେ ଅଜ୍ଞାତ ମହିଳା,ତାଙ୍କୁ ଦେଖି ଡରିଗଲେ ସୈଫ-କରୀନା

ଘର ଭିତରେ ହଠାତ୍ ପଶିଗଲେ ଜଣେ ଅଜ୍ଞାତ ମହିଳା,ତାଙ୍କୁ ଦେଖି ଡରିଗଲେ ସୈଫ-କରୀନା

19

ନୂଆଦିଲ୍ଲୀ,୨୦/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଏବେ ତାଙ୍କର ଫିଲ୍ମ’ବଣ୍ଟି ଔର ବବଲି ୨’କୁ ନେଇ ବେଶ ଖୁସି ଅଛନ୍ତି । ଏଥିରେ ସୈଫ ଅଲ୍ଲୀ ଖାନ୍ , ରାଣୀ ମୁଖାର୍ଜୀଙ୍କ ସମେତ, ସରବରୀ ଓ୍ବାଘ, ସିଦ୍ଧାନ୍ତ ଚର୍ତୁବେଦୀ  ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହାରି ମଧ୍ୟରେ ସୈଫ ଏମିତି କିଛି କଥାର ଖୁଲାସା କରିଥିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ପ୍ରକୃତରେ ନିକଟରେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ, ଦୁଇ ବର୍ଷ ପୂର୍ବେ ସେ ତାଙ୍କ ପତ୍ନୀ କରୀନା କପୁର ଏବଂ ପୁଅ ତୈମୁର ଅଲ୍ଲୀ ଖାନଙ୍କ ସହ ତାଙ୍କ ‘ପୁରୁଣା ଫ୍ଲାଟ’ରେ ରହୁଥିଲେ। ସେ ସମୟରେ ଦିନେ ଜଣେ ମହିଳା ଘରର ଘଣ୍ଟି ବଜାଇବା ପରେ, ମୁଁ ଯାଇ କବାଟ ଖୋଲିଲି ଆଉ ତାପରେ ସେହି ଅଜ୍ଞାତ ମହିଳା ଜଣକ ହଠାତ୍ ଆମ ଘର ଭିତରକୁ ପଶି ଆସିଲେ । ଆଉ ତାପରେ ସେ ମତେ ଚାହିଁ କହିଲେ ଓହଃ ତୁମେ ତେବେ ଏଠାରେ ରୁହ । ସେତେବେଳେ ତାଙ୍କୁ ଦେଖି ସମ୍ପୂର୍ଣ୍ଣ ଡରି ଯାଇଥିଲେ କରୀନା ।

କେବଳ ଏତିକି ନୁହେଁ, ଏହାପରେ ସେ ମହିଳା ଜଣକ ସିଧା ଆମ ଉପର ମହଲାକୁ ଚାଲି ଯାଇଥିଲେ । ମୁଁ ଏବଂ କରୀନା ତାଙ୍କୁ କେବଳ ଧ୍ୟାନର ସହ ଦେଖୁଥିଲୁ । ତାପରେ କରୀନା ତୁମେ କିଛି କହୁନ କାହିଁକି ବୋଲି ମତେ ପଚାରିଥିଲେ । ଆଉ ମହିଳା ଜଣକ ଯେତେବେଳେ ଘର ଭିତରକୁ ପଶି ଆସିଲେ ସେତେବେଳେ ମୁଁ ବହୁତ୍ ଡରି ଯାଇଥିଲି । କ’ଣ କରିବି କ’ଣ ନାହିଁ କିଛି ବୁଝି ପାରୁ ନଥିଲି । ମୁଁ ଭାବୁଥିଲି, ‘ମୁଁ ଏହି ମହିଳାଙ୍କୁ ଜାଣିଛି କି? ତାଙ୍କୁ ପଚାରିଲି ତୁମେ ଏଠାରେ କଣ କରୁଛ? ‘ ମହିଳା ଜଣକ କହିଲେ ଠିକ ଅଛି ଏବଂ ତା’ପରେ ସେ ବୁଲିପଡି ବାହାରକୁ ଚାଲିଗଲେ ।

ସୈଫଙ୍କ ଠାରୁ ଏକଥା ଶୁଣିବା ପରେ, ରାଣୀ ମୁଖାର୍ଜୀ ଏକଦମ୍ ଆଶ୍ଚର୍ଯ୍ୟ ହୋଇଗଲେ । ଏବଂ ତାଙ୍କୁ ପଚାରିଲେ ଯେ ସୁରକ୍ଷା କର୍ମୀଙ୍କୁ ମହିଳାଙ୍କୁ କିପରି ଭିତରକୁ ଯିବାକୁ ଅନୁମତି ଦେଲେ। ସୈଫ କହିଥିଲେ କି ଯେ ସେ ଏହା ବିଷୟରେ ଜାଣି ନାହାଁନ୍ତି।