
୨୦/୧୧/୨୧ (ଜିଲ୍ଲା ଖବର ) : ଭୟଙ୍କର ବିସ୍ଫୋରଣରେ କମ୍ପିଲା ଶୋନୂଆ ଷ୍ଟେସନ। ପୁଣି ମାତିଲେ ମାଓବାଦୀ। ବିସ୍ଫୋରଣ କରି ଟ୍ରେନ ଲାଇନ ଉଡାଇବା ଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟତ।ଝାରଖଣ୍ଡ ଚକ୍ରଧରପୁର ଶୋନୂଆ ଷ୍ଟେସନ ମଝି ହାଉଡା ମୁମ୍ବାଇ ମେନ ଲାଇନ ଉଭୟ ଡାଉନ ଏବଂ ଅପ ଟ୍ରେନ ଲାଇନ ଉଡେଇଲେ ମାଓବାଦୀ । ପ୍ରଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଏବଂ ତାଙ୍କ ପତ୍ନୀଙ୍କ ଗିରଫ ପ୍ରତିବାଦରେ ମାଓବାଦୀମାନେ ଏ ହମଲା କରିଥିବା ଜଣାପଡିଛି ।
ମଧ୍ୟରାତ୍ରୀ ପ୍ରାୟ 12 ଟାରେ ଏହି ଘଟଣା ଘଟିଥିବା ଜଣାପଡିଛି। ଡାଉନ ପୁଲରେ ଅଟକି ରହିଥିଲା ମୁମ୍ବାଇ ହାଉଡା ଟ୍ରେନ ସହ ଅନେକ ମାଲବାହି ଟ୍ରେନ। ଶୋନୂଆ ଷ୍ଟେସନରେ ଅଟକିଚି ହାଉଡା ପୋରବନ୍ଦର ଏକ୍ସପ୍ରେସ। ଅନେକ ଟ୍ରେନ ବାତିଲ ହୋଇଥିବା ଜଣାପଡିଛି । ସକାଳ 8.40 ସୁଧା ଥାର୍ଡ ଲାଇନ କୁ ଠିକ କରି ରେଳ ଚଳାଚଳ ପାଇଁ କାର୍ଯ୍ୟକାରୀ ଆରମ୍ଭ ହୋଇଥିଲା। ରାଉରକେଲା ଷ୍ଟେସନରେ ମଧ୍ୟ ଅଟକିଛି କିଛି ଟ୍ରେନ।



