Sunday, November 15, 2026
Home ଆଞ୍ଚଳିକ ଠକେଇର ଶିକାର ହେଲେ ସୈଫ୍ ଅଲ୍ଲୀ ଖାନ୍

ଠକେଇର ଶିକାର ହେଲେ ସୈଫ୍ ଅଲ୍ଲୀ ଖାନ୍

45

ନୂଆଦିଲ୍ଲୀ, ୨୦/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀ  ଫିଲ୍ମ’ବଣ୍ଟି ଔର ବବଲି ୨’କୁ ନେଇ ବେଶ ଖୁସି ଅଛନ୍ତି ।ନିକଟରେ ଏହାର ପ୍ରମୋସନ ସମୟରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ସୈଫ କେମିତି ଠକାମୀର ଶିକାର ହୋଇଛନ୍ତି , ସେ ବିଷୟରେ ରାଣୀଙ୍କ ଆଗରେ ଖୁଲାସା କରିଥିଲେ । ଯାହାର ଏକ ଭିଡିଓ ମଧ୍ୟ ସେୟାର ହୋଇଛି ।

ପ୍ରକୃତରେ ,ସୈଫ  ରାନୀ ମୁଖାର୍ଜୀଙ୍କ ସହ ବାର୍ତ୍ତାଳାପ ସମୟରେ କହିଛନ୍ତି, କିଛି ବର୍ଷ ପୂର୍ବେ ଆୟର ୭୦ ପ୍ରତିଶତ ସମ୍ପତ୍ତିରେ ବିନିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସେହି ସମ୍ପତ୍ତି ପାଇ ନାହାଁନ୍ତି।

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି, ସୈଫ ଏବଂ ରାନୀ  ‘ଚା ବିଷୟରେ ଆଲୋଚନା କରୁଛନ୍ତି’। ଏହି ସମୟରେ, ସୈଫ ତାଙ୍କ ସହ ଘଟିଥିବା ପ୍ରପର୍ଟି ସ୍କେମକୁ ପ୍ରକାଶ କରିଛନ୍ତି। ‘ସେ କିଛି ବର୍ଷ ପୂର୍ବେ ଏକ ସମ୍ପତ୍ତିରେ ଟଙ୍କା ବିନିଯୋଗ କରିଥିଲେ। ସେ ସମୟରେ,ସେ ତାଙ୍କ ରୋଜଗାରର ୭୦ ପ୍ରତିଶତ ବିଲଡର୍ ସହିତ ବିନିଯୋଗ କରିଥିଲେ। ତାଙ୍କୁ କୁହାଯାଇଥିଲା ଯେ ଏହି ସମ୍ପତ୍ତି ତିନି ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସେହି ସମ୍ପତ୍ତି ପାଇ ପାରିନାହିଁ ।